‘ଟାଇଗର-୩’ କ୍ରେଜ୍ : ହଲ୍ରେ ବାଣ ଫୁଟାଇଲେ ପ୍ରଶଂସକ, ସଲମାନ ଦେଲେ ଏମିତି ବାର୍ତ୍ତା...

ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ ଦୀପାବଳି ଅବସରରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ସବୁ ହଲ୍ରେ ଖଚାଖଚ ଭିଡ ଚାଲିଛି । ତେବେ ଇତିମଧ୍ୟରେ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ମଧ୍ୟ ସାମନାକୁ ଆସିଛି । ମାଲେଗାଓଁରେ କିଛି ପ୍ରଶଂସକ ହଲ୍ ଭିତରେ ବାଣ ଫୁଟାଇଥିବା ଦେଖାଯାଇଛି। ଏହାପରେ ହଲ୍ରେ ଥିବା ଲୋକମାନେ ଇତଃସ୍ତତ ହୋଇ ଦୌଡ଼ୁଛନ୍ତି। ଏବେ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ସଲମାନ ଖାନ।
ସଲମାନ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ‘ଟାଇଗର ୩’ ସମୟରେ ସିନେମାହଲ୍ ଭିତରେ ବାଣ ଫୁଟାଇବା ବିଷୟରେ ମୁଁ ଶୁଣିବାକୁ ପାଇଲି। ଏହା ଅତ୍ୟନ୍ତ ବିପଜ୍ଜନକ। ନିଜକୁ ଓ ଅନ୍ୟମାନଙ୍କୁ ବିପଦରେ ନପକାଇ ଫିଲ୍ମର ମଜା ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ।
ସୂଚନାଯୋଗ୍ୟ ଯେ, ‘ଟାଇଗର ୩’ ସ୍ପାଇ ଥ୍ରୀଲର ଟାଇଗର ସିରିଜ୍ର ତୃତୀୟ ଏବଂ ୱାଇଆରଏଫ ସ୍ପାଇ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର। ଫିଲ୍ମ ମୁକ୍ତିଲାଭ ହେବା କ୍ଷଣି ଦୀପାବଳି ଦିନ ହଇଚଇ ସୃଷ୍ଟି କରିଛି।
Powered by Froala Editor