ବିଶ୍ବକପ୍ରୁ ପାକିସ୍ତାନ ବିଦା
ବିଶ୍ବକପ୍ରୁ ବିଦା ହୋଇଛି ପାକିସ୍ତାନ। ଶେଷ ଲିଗ୍ ମ୍ୟାଚରେ ପାକିସ୍ତାନକୁ ବିଶାଳ ୩୩୮ ରନ୍ର ଟାର୍ଗେଟ୍ ଦେଇଥିଲା ଇଂଲଣ୍ଡ। ପାକିସ୍ତାନ ୪୩.୩ ଓଭର୍ରେ ସମସ୍ତ ୱିକେଟ ହରାଇ କେବଳ ୨୪୪ ରନ କରିଛି। ଇଂଲଣ୍ଡ ମ୍ୟାଚ୍କୁ ୯୩ ରନରେ ଜିତି ତା’ର ବିଶ୍ୱକପ ଅଭିଯାନ ଶେଷ କରିଛି। ୱିଲୀ ୧୦ ଓଭର୍ରେ ୫୬ ରନ ଦେଇ ୩ ୱିକେଟ ଦଖଲ କରିଛନ୍ତି। ବିଦାୟୀ ମ୍ୟାଚ୍ରେ କମାଲ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଛି।
୪୩ ଓଭର ସୁଦ୍ଧା ପାକିସ୍ତାନ ୯ ୱିକେଟ ହରାଇ ୨୪୪ ରନ କରି ନେଇଥିଲା। ରୌଫ ୨୧ ବଲରେ ୩୫ ଓ ୱାସିମ ୧୪ ବଲରେ ୧୬ ରନ କରିଥିଲେ। ଏହି ସମୟରେ ୪୪ତମ ଓଭର ନେଇ ଆସିଥିଲେ କ୍ରିସ ୱିକ୍ସ। ସେ ଢୃତୀୟ ବଲରେ ୩୬ ରନ କରିଥିବା ରୌଫଙ୍କୁ ଆଉଟ କରି ପାକିସ୍ତାନ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ପାକିସ୍ତାନ ୪୩.୩ ଓଭର୍ରେ ସମସ୍ତ ୱିକେଟ ହରାଇ ୨୪୪ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଇଂଲଣ୍ଡ ୯୩ ରନର ବିଜୟ ସହ ନିଜର ବିଶ୍ୱକପ ଅଭିଯାନ ଶେଷ କରିଛି।
ଆଇସିସି ମଧ୍ୟ ବିଶ୍ବକପ୍ ସେମିଫାଇନାଲ ଲାଇନ୍ ଅପ୍ ଘୋଷଣା କରିଛି। ନଭେମ୍ବର ୧୫ରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଟେବୁଲ୍ ଟପର ଭାରତ ଓ ଚତୁର୍ଥ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ । ନଭେମ୍ବର ୧୬ରେ ଦ୍ବିତୀୟ ସେମିଫାଇନାଲରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ ।
Powered by Froala Editor