ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ୟ୍ୟର ସମୀକ୍ଷା କଲେ ଭି.କେ ପାଣ୍ଡିଆନ
ପୁରୀ: ପୁରୀରେ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ସକାଳୁ ପୁରୀ ଆସି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଥିଲେ ସମୀକ୍ଷା ପରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ବୈଠକ । ବୈଠକରେ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ନିର୍ଦ୍ଦେଶ ।
ସୂଚନା ଥାଉକି, ଶନିବାର ସକାଳୁ ପୁରୀ ପୁରୀ ଆସି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ବୈଠକ କରିଛନ୍ତି। ଏହି ବୈଠକରେ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀକ୍ଷେତ୍ରକୁ ବିଶ୍ଵ ଐତିହ୍ୟ ନଗରୀ ଭାବ ଗଢି ତୋଳିବା ପାଇଁ ପୁରୀ ସହରରେ ବିଭିନ୍ନ ଉନ୍ନୟନ ମୂଳକ ଓ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଜାରି ରହିଛି। ଭି.କେ ପାଣ୍ଡିଆନ ବିଭିନ୍ନ ସମୟରେ ପୁରୀ ଗସ୍ତରେ ଆସି ଏସମସ୍ତ କାର୍ୟ୍ୟର ତଦାରଖ ଓ ଅନୁଧ୍ୟାନ କରୁଛନ୍ତି।
Powered by Froala Editor