ବଡ଼ ଦନ୍ତା ହାତୀର ମୃତଦେହ ଠାବ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ସଲେଇକନା ଭାଡିମରା ସାହି ନିକଟ ଏକ କାଜୁ ବଗିଚା ପାଖ ଚାଷ ଜମିରୁ ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ ଜଣାପଡିନାହିଁ।
ସୂଚନା ଅନୁସାରେ, ଆଜି ଭୋର ସକାଳୁ ସଲେଇକନା ଭାଡିମରା ସାହିନିକଟ କାଜୁ ବଗିଚା ପାଖ ଚାଷ ଜମିରୁ ଏକ ବଡ଼ ଦନ୍ତା ହାତୀର ମୃତ ଦେହ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ଏବାବଦରେ ତେରଲକୋଇ ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ ଘଟଣା ସ୍ଥଳକୁ ଯାଇ ଅପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳକୁ ଯାଇ କାରଣ ଖୋଜିଛନ୍ତି। ଦନ୍ତାର କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି।
Powered by Froala Editor