ଆଜିଠୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ଗୁରବାର ଠାରୁ ରାଜ୍ୟରେ ବଢ଼ିବ ଶୀତ । ରାତିରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ଆସନ୍ତା ସପ୍ତାହରୁ ଶୀତର ପ୍ରକୋପ ବଢିବ । ସେହିପରି ଦକ୍ଷିଣ ଉପକୂଳରେ ଆଜି ପାଗ ମେଘୁଆ ରହିବ ବୋଲି ଆକଳନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।
ଅନ୍ୟପଟେ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଗୁରୁବାର ରାତିରୁ ସର୍ବନିମ୍ନ ତାପମାତ୍ରା ଆସ୍ତେ ଆସ୍ତେ ବଢ଼ିବ । ଏହା ୧୧ ତାରିଖ ସୁଦ୍ଧା ୨.୫ ଡିଗ୍ରୀରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ୧୫ ତାରିଖରୁ ତାପମାତ୍ରା ସିଧା ୪ ଡିଗ୍ରୀ କମିବ । ତେଣୁ ଏହି ସମୟରେ ଶୀତର ପ୍ରକୋପ ବଢ଼ିବ । ସେହିପରି ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଶୀତ ଲୁଚକାଳି ଖେଳିବ । ସେହିପରି ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।
Powered by Froala Editor