ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରିବାକୁ ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଦାବି କରିଛନ୍ତି। ସେ ସୋଶାଲ ମିଡିଆରେ ଏନେଇ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।
ସାଂସଦ ଦୁବେ ଏକ୍ସ ମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ‘ମୋ ଅଭିଯୋଗ ଆଧାରରେ ଲୋକପାଳ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।’’
ଶ୍ରୀ ଦୁବେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ସଂସଦରେ ପ୍ରଶ୍ନ ପଚାରିବା ପାଇଁ ସାଂସଦ ଶ୍ରୀମତୀ ମୋଇତ୍ରାଙ୍କ ଆଦାନୀ ଗ୍ରୁପ୍ର ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଗ୍ରହଣ କରିଥିଲେ।
ଏହି ପ୍ରସଙ୍ଗରେ ସଂସଦର ଏଥିକ୍ସ କମିଟି ନିଶିକାନ୍ତ ଦୁବେ ଏବଂ ମହୁଆ ମୋଇତ୍ରାଙ୍କ ପୂର୍ବତନ ସହଯୋଗୀ ଜୟ ଅନନ୍ତ ଦେହଦରାଙ୍କୁ ପ୍ରଶ୍ନ କରିଥିଲେ। ଏହା ପରେ ସେ ମହୁଆଙ୍କ ମଧ୍ୟ ଡାକିଥିଲେ, କିନ୍ତୁ କମିଟିରେ ହାଜର ହେବା ପରେ ସେଠାରେ ହଙ୍ଗାମା ଉପୁଜି ଥିଲା।
Powered by Froala Editor