ରାମ ରହୀମ କରୋନା ପଜିଟିଭ୍
ହରିୟାଣା ରୋହତକ ଜିଲ୍ଲା ସୁନାରୟା ଜେଲରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ନିଆଯାଇଛି। ରବିବାର ମଧ୍ୟାହ୍ନ ୧୨ଟାରେ ତାଙ୍କୁ ସୁନାରୟା ଜେଲରୁ ମେଦାନ୍ତା ଅଣାଯାଇଥିଲା । ତେବେ ଏହାପୂର୍ବରୁ ରାମ ରହୀମ ଅସୁସ୍ଥତା ବିଷୟରେ ଜଣାଇଥିଲା। ଏହା ପରେ ତାଙ୍କୁ PGI ରୋହତକରେ ଭର୍ତ୍ତି କରାଯାଇଥିଲା। ଆଜି PGIର ଡାକ୍ତରଙ୍କ ପରାମର୍ଶ ପରେ ରାମ ରହୀମଙ୍କୁ ମେଦାନ୍ତକୁ ଅଣାଯାଇଛି । ଏହି ସମୟରେ ଯେତେବେଳେ ତାଙ୍କର ପରୀକ୍ଷା କରାଯାଇଥିଲା ସେତେବେଳେ ସେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା ।
ବାସ୍ତବରେ, ଜୁନ୍ ୩ରେ ଖବର ଆସିଥିଲା ଯେ, ଜେଲରେ ଥିବା ଗୁରୁମିତ ରାମ ରହୀମର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହା ପରେ ତାଙ୍କୁ PGI ରୋହତକରେ ଭର୍ତ୍ତି କରାଯାଇଥିଲା। ପେଟରେ ଯନ୍ତ୍ରଣା ହେଉଥିବା ରାମ ରହୀମ ଅଭିଯୋଗ କରୁଥିଲେ। ତା’ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାପୂର୍ବରୁ ମେ 1୨ରେ ମଧ୍ୟ ରକ୍ତଚାପ ସମସ୍ୟା ହେତୁ ରାମ ରହୀମଙ୍କୁ ରୋହତକ PGI କୁ ଅଣାଯାଇଥିଲା କିନ୍ତୁ ସେ କୋଭିଡ ପରୀକ୍ଷା କରିବାକୁ ମନା କରିଦେଇଥିଲା ।
Powered by Froala Editor