ରଙ୍ଗ ରୁଟ୍ରେ ବାଇକ୍ ଆସି ପିଟିଦେଲା : ଶିକ୍ଷକ ମୃତ, କେନ୍ଦ୍ରମନ୍ତ୍ରୀ ଆହତ
ବିଜେପିର ଷ୍ଟାର ପ୍ରଚାରକ ତଥା ନରସିଂହପୁରର ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କୁହାଯାଉଛି ଯେ ଏହି ଦୁର୍ଘଟଣା ଛିନ୍ଦୱାରାଠାରୁ ନରସିଂହପୁରକୁ ଆସୁଥିବା ବେଳେ ଅମରବାଡା ନିକଟରେ ଘଟିଛି। ରଙ୍ଗ୍ ରୁଟ୍ରେ ଆସୁଥିବା ମୋଟରସାଇକେଲ ଚାଳକଙ୍କ ସହ ତାଙ୍କ ଗାଡି ମୁହାଁମୁହିଁ ଧକ୍କା ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଚାରିରୁ ପାଞ୍ଚ ଜଣ ଆହତ ହୋଇଥିବା ବେଳେ ପ୍ରହ୍ଲାଦ ପଟେଲ ସାମାନ୍ୟ ଆହତ ହୋଇଛନ୍ତି ଓ ଜଣକର ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ମୋଟରସାଇକେଲରେ ରଙ୍ଗ୍ ରୁଟ୍ରୁ ଆସୁଥିବା ଶିକ୍ଷକ ନିରଞ୍ଜନଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଆହତମାନଙ୍କୁ ଛିନ୍ଦୱାରା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଉଛି।
Powered by Froala Editor