ଏହିସବୁ ଖାଦ୍ୟ ଖାଇଲେ ଦୁର୍ବଳ ହୋଇଯିବ ଇମ୍ୟୁନିଟି

ବର୍ତ୍ତମାନ ସମୟରେ ଆମ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି, ଦେଶୀ ଖାଦ୍ୟଠାରୁ ଆମେ ଅଧିକ ବିଦେଶୀ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି। ଏପରି ଅନେକ ଖାଦ୍ୟ ଅଛି, ଯାହା ଆମ ଶରୀରର ପ୍ରତିରୋଧ ପ୍ରଣାଳୀ ଅର୍ଥାତ୍ ଇମ୍ୟୁନୋ ସିଷ୍ଟମକୁ ଦୁର୍ବଳ କରିଦିଏ। ଆଉ ଦୁର୍ବଳ ପ୍ରତିରୋଧ ପ୍ରଣାଳୀ ରୋଗର ମୁଖ୍ୟ କାରଣ ହୋଇଥାଏ। ତେବେ କେଉଁ ସବୁ ଖାଦ୍ୟ ଅଛି, ଯାହା ଆମ ପ୍ରତିରୋଧ ପ୍ରଣାଳୀକୁ ଦୁର୍ବଳ କରେ ଜାଣନ୍ତୁ...
ଚିନି
ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ ଚିନି ଖାଇବା ଦ୍ୱାରା ଶ୍ୱେତ ରକ୍ତ କଣିକା କମିଯାଏ। ଏହା ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ। ଫଳରେ ଜଣେ ବ୍ୟକ୍ତି ରୋଗ ବିରୁଦ୍ଧରେ ଲଢିବାକୁ ସକ୍ଷମ ହୁଅନ୍ତି ନାହିଁ। ଏହା ସହିତ ଅଧିକ ଚିନି ଖାଇବା ଦ୍ୱାରା ମଧୁମେହ ହୋଇଥାଏ। ମଧୁମେହ ହେଲେ କୌଣସି ପ୍ରକାର ରୋଗ ଉପଶମ ହେବା କଷ୍ଟକର ହୋଇଯାଏ। ବଢିଥାଏ। ଚିନି ନ ଖାଇବାର ଆଉ ଏକ ଭଲ ଗୁଣ ମଧ୍ୟ ରହିଛି। ଚିନି ନ ଖାଇଲେ ଚର୍ମରେ ଉନ୍ନତି ଆସିଥାଏ।
ପ୍ରକ୍ରିୟାକୃତ ଖାଦ୍ୟ
ପ୍ରକ୍ରିୟାକୃତ ଖାଦ୍ୟ ଯେତେ ସ୍ୱାଦିଷ୍ଟ, ସେତେ ଅସ୍ୱାସ୍ଥ୍ୟକର। ଏଥିରେ ସୋଡିୟମର ପରିମାଣ ଅଧିକ ଥାଏ, ଏହା ସହିତ କୃତ୍ରିମ ସଂରକ୍ଷଣକାରୀ ଏବଂ ଅସ୍ୱାସ୍ଥ୍ୟକର ଚର୍ବିର ପରିମାଣ ମଧ୍ୟ ଅଧିକ। ଏହି କାରଣରୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାକୁ ଲାଗେ।
ମଦ
ଅତ୍ୟଧିକ ମଦ୍ୟପାନ ରୋଗ ପ୍ରତିରୋଧକ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ଅନେକ ପ୍ରକାର ସଂକ୍ରାମକ ରୋଗ ହୋଇଥାଏ।
ଅଧିକ ଫ୍ରାଏଡ୍ ହୋଇଥିବା ଖାଦ୍ୟ
ଅତ୍ୟଧିକ ଫ୍ରାଏଡ୍ ହୋଇଥିବା ଖାଦ୍ୟରେ ଅଧିକ ପରିମାଣର ତେଲ ଥାଏ, ଯାହା ଖାଇବାକୁ ସ୍ୱାଦିଷ୍ଟ ଲାଗେ ସତ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ସବୁୁଠୁ ହାନିକାରକ। ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ପ୍ରଦାହ ସମସ୍ୟା ବଢିବାକୁ ଲାଗେ। ଏହା ସହିତ ଏହାର ପ୍ରତିରକ୍ଷା ପ୍ରଣାଳୀ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।
Powered by Froala Editor