୩ ଦିନ ପୂର୍ବରୁ ବାହା ହୋଇଥିଲେ, ହତ୍ୟା କରି ଝୁଲାଇଦେଲେ ୬ ଦୁର୍ବୃତ୍ତ
ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ବେ ୩ ଦିନ ତଳେ ଘରୁ ପଳାଇଯାଇ ବିବାହ କରିଥିବା ନବଦମ୍ପତିଙ୍କୁ ତାମିଲନାଡୁର ତୂତୁକୁଡ଼ି ସହର ନିକଟ ମୁରୁଗେସନ ନଗରରେ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ପତିପତ୍ନୀ ହେଲେ ୨୪ ବର୍ଷୀୟ ମରି ସେଲଭମ ଓ ୨୦ ବର୍ଷୀୟା କାର୍ତ୍ତିକା ।
ଦୁଇ ବର୍ଷ ପୂର୍ବେ ମରି ସେଲଭମ ଓ କାର୍ତ୍ତିକାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଥିବା ବେଳେ ପରିବାର ଲୋକେ କିନ୍ତୁ ଏହାକୁ ସହଜେ ଗ୍ରହଣ କରି ପାରୁ ନଥିଲେ। କାର୍ତ୍ତିକା ବଡ଼ଲୋକ ଘରର ଝିଅ ହୋଇଥିବା ବେଳେ ମରିଙ୍କ ଚଳିବା ସେତେ ଭଲ ନ ଥିଲା। ଶେଷରେ ଗତ ୩୧ ତାରିଖ ରାତିରେ ଏହି ପ୍ରେମୀ ଯୁଗଳ ଘର ଛାଡ଼ି ଚାଲିଯାଇ ବିବାହ କରିଥିଲେ। ବିବାହ ପରେ ଦୁହେଁ ଗୁରୁବାର ଦିନ ମୁରୁଗସେନ୍କୁ ଫେରି ଆସିଥିଲେ।
ମାତ୍ର ୩ ଦିନ ପୂର୍ବରୁ ଗଢ଼ିଥିବା ନିଜ ସ୍ୱପ୍ନର ସଂସାର ଛାରଖାର ହୋଇଗଲା। ଗୁରୁବାର ସନ୍ଧ୍ୟା ପ୍ରାୟ ୬ ବେଳେ ୬ଜଣ ଅଜ୍ଞାତ ଆକ୍ରମଣକାରୀ ୩ଟି ବାଇକ୍ରେ ଆସି ନବଦମ୍ପତିଙ୍କ ଘରେ ପଶି ଦୁହିଁଙ୍କୁ କଟୁରିରେ ଅତି ନିର୍ମମ ଭାବେ ହତ୍ୟା କରି ଝୁଲାଇ ଦେଇ ଫେରାର ହୋଇ ଯାଇଥିଲେ।
Powered by Froala Editor