ଦେଶରେ ବେକାରୀ ହାର ୭.୦୯%ରୁ ୧୦.୦୫%କୁ ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ବେକାରୀ ହାର ଗତ ସେପ୍ଟେମ୍ବରରେ ୭.୦୯%ରୁ ୧୦.୦୫%କୁ ବୃଦ୍ଧି ପାଇଛି, ଯାହାକି ୨ ବର୍ଷ ମଧ୍ୟରେ ସର୍ବୋଚ୍ଚ ବୋଲି ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍ଆଇଇ) ପକ୍ଷରୁ ଗୁରୁବାର ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ବେକାରୀହାର ଗ୍ରାମାଞ୍ଚଳରେ ୬.୨%ରୁ ୧୦.୮୨%କୁ ବୃଦ୍ଧି ପାଇଥିବାବେଳେ ସହରୀ ବେକାରୀ ହାର ସାମାନ୍ୟ ହ୍ରାସ ପାଇ ୮.୪୪%କୁ ପହଞ୍ଚିଛି। ଗ୍ରାମାଞ୍ଚଳରେ ବେକାରୀ ବୃଦ୍ଧି ହେତୁ ଅକ୍ଟୋବରରେ ଦୁଇ ବର୍ଷରୁ ଅଧିକ ସମୟ ମଧ୍ୟରେ ଭାରତର ବେକାରୀ ହାର ସର୍ବାଧିକ ବୃଦ୍ଧି ପାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ଅକ୍ଟୋବରରେ ପ୍ରକାଶିତ ସଦ୍ୟତମ ସରକାରୀ ରିପୋର୍ଟରେ ୨୦୨୨-୨୩ ବର୍ଷ ପାଇଁ ଦେଶରେ ବେକାରୀ ହାର ୩.୨ ପ୍ରତିଶତ ରହିଛି। କରୋନା ମହାମାରୀ ସମୟରେ ଭାରତରେ ବେକାରୀ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ତାହାପରଠାରୁ ଏହା ହ୍ରାସ ପାଉଥିଲା। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏଭଳି ସ୍ଥିତିରେ ବେକାରୀ ଏବଂ ଉଚ୍ଚ ଦରଦାମ ସମସ୍ୟାର ସମାଧାନ ସରକାରଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି। ସରକାର କେବଳ ଜିଡିପି ଅଭିବୃଦ୍ଧି ପରିବର୍ତ୍ତେ ନିଯୁକ୍ତି ସୃଷ୍ଟି ହେଉଥିବା ଜିଡିପି ଅଭିବୃଦ୍ଧି ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଏହି ରିପୋର୍ଟରେ କୁହାଯାଇଛି।
Powered by Froala Editor