ଆଜି ବି ୨ ହଜାର ଟଙ୍କା ନୋଟ ବଦଳାଇବାକୁ ଆରବିଆଇ ଆଗରେ ଭିଡ

ଭୁବନେଶ୍ବର: ଆଜି ବି ଆରବିଆଇ ଆଗରେ ପ୍ରବଳ ଭିଡ଼ । ପକେଟରେ ପୁଳା ପୁଳା ୨ ହଜାର ଟଙ୍କିଆ ନୋଟ୍ । ୨ ହଜାର ଟଙ୍କା ନୋଟ ବଦଳାଇବାକୁ ଆରବିଆଇ ଆଗରେ ଭିଡ ଲାଗିଛି । ୨୦ ହଜାର ଟଙ୍କା ବଦଳ କଲେ ୩୦୦ ଟଙ୍କା କମିଶନ ପାଉଛନ୍ତି ଦଲାଲ । ତେବେ କାହାର ଏ ଟଙ୍କା, କିଏ ସେମାନଙ୍କୁ ଟଙ୍କା ଦେଇ ଲାଇନରେ ଠିଆ କରିଛି ତାର ତନାଘନା କରାଯାଉଛି ।
ପୂର୍ବରୁ ଇଡ଼ି ଓ ଇଓଡବ୍ଲୁ ଆରବିଆଇ ସମ୍ମୁଖରେ ପହଞ୍ଚି ତନାଘନା କରିଛନ୍ତି । ଟଙ୍କା ବଦଳ କରୁଥିବା ଲୋକଙ୍କ ତଥ୍ୟ ନେଇଛି ଇଡ଼ି ଓ ଇଓଡବ୍ଲୁ । କିଏ କେତେଥର ଟଙ୍କା ବଦଳ କରିଛନ୍ତି ତାର ତଥ୍ୟ ନେଇଛି ତଦନ୍ତକାରୀ ଟିମ୍ । ଆରବିଆଇ ତଥ୍ୟ ସହ ଗତ ୫ ଦିନର ସିସିଟିଭି ଫୁଟେଜ୍ ଇଡି ଓ ଇଓଡବ୍ଲୁକୁ ପ୍ରଦାନ କରିଛି ।
Powered by Froala Editor