କୁକୁରଙ୍କ ଉପରେ କାର୍ ଚଢ଼ାଇଦେଲେ, ଥାନାରେ ଏତଲା
ଜଣେ କାର୍ ଚାଳକଙ୍କ ବେପରୁଆ ନୀତି ପାଇଁ ୫ ଟି କୁକୁରଙ୍କ ଜୀବନ ଯାଇଛି । ନିରିହ ପ୍ରାଣୀଙ୍କ ଜୀବନ ଯାଇଥିବାରୁ କାର୍ ଚାଳକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ 429,506,294, ସେକ୍ସନ 11 cruelty animal act ଦଫାରେ ପ୍ରଫୁଲଙ୍କ ବିରୋଧରେ ମାମଲା ରୁଜୁ କରିଛି ଲିଙ୍ଗରାଜ ଥାନା ପୋଲିସ । ଖବର ଅନୁଯାୟୀ, ପୁରୁଣା ଭୁବନେଶ୍ୱରର ଘୁସାରେସ୍ୱର ଅଞ୍ଚଳରେ କାରରେ ୫ଟି କୁକୁରଙ୍କ ଉପରେ ଚଢାଇଥିଲେ ପ୍ରଫୁଲ । କାର ଚଢିବା ଫଳରେ ୫ଟି କୁକୁରଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଲିଙ୍ଗରାଜ ଥାନାରେ ଏତଲା ହୋଇଥିଲା । ବିଳମ୍ବିତ ରାତିରେ ପ୍ରଫୁଲ ରାଉତଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ ।
Powered by Froala Editor