ଗର୍ଭବତୀ ହେବା ପାଇଁ ହାଇକୋର୍ଟରେ ଆବେଦନ
ଜଣେ ମହିଳା ଗର୍ଭବତୀ ହେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ ସେ ମା ହେବାକୁ ଚାହୁଁଛନ୍ତି ତେଣୁ ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରାଯିବା ଉଚିତ, ଯାହାଫଳରେ ସେ ମା ହୋଇପାରିବେ। ମହିଳାଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଡାକ୍ତରୀ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଜଣାପଡିବ ଯେ ବାସ୍ତବରେ ସେ ମା ହୋଇପାରିବେ କି ନାହିଁ।
ଏହି ମାମଲା ମଧ୍ୟପ୍ରଦେଶର ଜବଲପୁରରୁ ଆସିଛି । ମହିଳାଙ୍କ ସ୍ୱାମୀ ଏକ ଅପରାଧିକ ମାମଲାରେ ଇନ୍ଦୋର ସେଣ୍ଟ୍ରାଲ ଜେଲରେ ଅଛନ୍ତି। ମହିଳା ଜଣକ କହିଛନ୍ତି ଯେ କୋର୍ଟ ତାଙ୍କ ସ୍ୱାମୀଙ୍କୁ ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ, ଯାହାଫଳରେ ସେ ମା ହୋଇପାରିବେ।
ଓକିଲ କହିଛନ୍ତି ଯେ ମହିଳାଙ୍କ ଆବେଦନ ଉପରେ ଅକ୍ଟୋବର ୨୭ ରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ମହିଳାଙ୍କ ରେକର୍ଡ ଅନୁଯାୟୀ ସେ ମେନୋପୋଜର ବୟସ ଅତିକ୍ରମ କରିଛନ୍ତି । ଏପରି ପରିସ୍ଥିତିରେ, କୃତ୍ରିମ କିମ୍ବା ପ୍ରାକୃତିକ ଭାବରେ ଗର୍ଭଧାରଣ କରିବାର କୌଣସି ସମ୍ଭାବନା ନାହିଁ । ଏଥିପାଇଁ କୋର୍ଟ ଏକ ବିଶେଷଜ୍ଞ ଦଳ ଗଠନ କରି ମହିଳାଙ୍କ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ମହିଳା ଗର୍ଭବତୀ ହୋଇପାରିବେ କି ନାହିଁ ତାହା ଜଣାପଡିବ । ନଭେମ୍ବର ୭ ରେ ମହିଳାଙ୍କୁ ଡିନଙ୍କ ନିକଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor