ବନ୍ଧୁକ ଧରି ରିଲ୍ସ କରୁଥିଲେ, ଉଠାଇନେଲା ପୁଲିସ

ହାତରେ ବନ୍ଧୁକ । ବିନ୍ଦାସ ଅନ୍ଦାଜ । ଏଭଳି କରି ରିଲ୍ସ କରୁଥିଲେ ଯୁବତୀ । କେବଳ ସେତିକି ନୁହେଁ ସେ ବାଇକ୍ ଉପରେ ବସି ଷଣ୍ଟ ଦେଖାଇ ରିଲ୍ ଭିଡିଓ ମଧ୍ୟ କରିଛନ୍ତି। ଏଭଳି ଷ୍ଟଣ୍ଟ ଦେଖାଇବା ଏବେ ଏହି ଯୁବତୀ ଜଣକୁ ମହଙ୍ଗା ପଡିଛି। ଏ ବିନ୍ଦାସ ଅନ୍ଦାଜ ପୁଲିସ ଷ୍ଟେସନରେ ଉତୁରି ଯାଇଛି । ଭିଡିଓ ଭାଇରାଲ ହେବା ପରେ ଘରୁ ଯୁବତୀକୁ ପୁଲିସ ଉଠାଇ ନେଇଛି। ଏଥିସହ ଫାଇନ୍ ମଧ୍ୟ କାଟିଛି ପୁଲିସ। ଗିରଫ ହୋଇଥିବା ନାବାଳିକା ଜଣକ ଇଫତ୍ତ ଏକ୍ସ-କୁଇନ୍ ନାଁରେ ଇଂନ୍ଷ୍ଟାଗ୍ରାମରେ ସକ୍ରିୟ ଅଛିନ୍ତି। ଇନ୍ଷ୍ଟାଗ୍ରାମରେ ତାଙ୍କର ୧୩୦୦ ଫଲୋଅର୍ସ ଥିବା ସହ ୩୧ଟି ଭିଡିଓ ଅପ୍ଲୋଡ୍ ହୋଇଛି।
ବିହାରର ମୁଜଫର୍ପୁର ଇଫତ୍ତ ଏକ୍ସ-କୁଇନ୍ ହାତରେ ବନ୍ଧୁକ ଧରି ରିଲ୍ସ ଭିଡିଓ ତିଆରି କରିଛନ୍ତି। ଏହି ରିଲ୍ ଭିଡିଓର ବ୍ୟାକ୍ଗ୍ରାଉଣ୍ଡରେ 'ଐସା କୋଇ ଜିଲ୍ଲା ନହିଁ ଜୋ ମୁଜପରଫୁର ବାଲୋ ସେ ହିଲା ନହିଁ' ଡଏଲଗ ଶୁଣିବାକୁ ମିଳିଛି। ବୁଧବାର ଦିନ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଆରମ୍ଭ କରିଥିଲା। ଏହାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ବନ୍ଧୁକ ସହିତ ରିଲ ତିଆରି କରିଥିବା ଉକ୍ତ ଝିଅକୁ ପୁଲିସ ମାଦିପୁରରୁ ଗିରଫ କରିଛି। ଏଥିସହ ତାଙ୍କ ଘରେ ଚଢ଼ାଉ କରି ପୁଲିସ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ତାଙ୍କ ପାଖକୁ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ପୁଲିସ ପଚରାଉଚରା ଜାରି ରଖିଛି।
Powered by Froala Editor