ଓଏଏସ୍ ସନ୍ତୋଷୀ ସାହୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ
ନବଗଠିତ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଓଏଏସ୍ ସନ୍ତୋଷୀ ସାହୁଙ୍କୁ ନିଯୁକ୍ତି ମିଳିଛି । ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୋର୍ଡ ଅଫ୍ ରେଭିନ୍ୟୁରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ସନ୍ତୋଷୀ ସାହୁଙ୍କୁ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର(କୁଳସଚିବ) ଭାବେ ବଦଳି କରାଯାଇଛି।
ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରାବଧାନ ଅନୁସାରେ ତାଙ୍କର ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଖୁବଶୀଘ୍ର ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଜାରି ହେବ । ଚଳିତବର୍ଷ ମାର୍ଚ୍ଚ ୫ତାରିଖରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିଲା । ପ୍ରଥମ କୁଳପତି ଭାବେ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ନିଯୁକ୍ତି ମିଳିଛି ।
Powered by Froala Editor