ଆଜି ଇକୋ-ରିଟ୍ରିଟ୍ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏ ବର୍ଷର ବହୁପ୍ରତୀକ୍ଷିତ ଇକୋ-ରିଟ୍ରିଟ୍ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ୟ୍ୟାୟରେ ହୀରାକୁଦ, ଦାରିଙ୍ଗବାଡ଼ି, କୋରାପୁଟ (ପୁଟସିଲ୍) ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ହେବାକୁ ଥିବା କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାସାଙ୍ଗରେ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିବେ। ଉଦ୍ଘାଟନୀ ଉତ୍ସବରେ ବିଭିନ୍ନ ସ୍ଥାନରେ ପର୍ୟ୍ୟଟନ ମନ୍ତ୍ରୀ, ବିଭାଗୀୟ ନିର୍ଦ୍ଦେଶକଙ୍କ ସମେତ ସ୍ଥାନୀୟ ଜିଲ୍ଲାପାଳ ଓ ଅଧିକାରୀମାନେ ଉପସ୍ଥିତ ରହିବେ। ଏହାର ଦ୍ୱିତୀୟ ପର୍ୟ୍ୟାୟ ଡିସେମ୍ବର ୧ ତାରିଖରେ ସୋନାପୁର ଓ ଭିତରକନିକାରେ ଆରମ୍ଭ ହେବାକୁ ଥିବା ବେଳେ ଡିସେମ୍ବର ୧୫ରୁ ତୃତୀୟ ପର୍ୟ୍ୟାୟ ଅର୍ଥାତ୍ କୋଣାର୍କ ଇକୋ-ରିଟ୍ରିଟ୍ ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, ଗୁଜୁରାଟର କଚ୍ଛ ରଣ୍ ଉତ୍ସବ ଢାଞ୍ଚାରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ପୂର୍ବ ଭାରତର ପ୍ରଥମ ଏବଂ ଏକମାତ୍ର ଗ୍ଲାମ୍ପିଂ ଫେଷ୍ଟିଭାଲ। ୩ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ନିଆରା କାର୍ୟ୍ୟକ୍ରମରେ ପର୍ୟ୍ୟଟକମାନେ ଏଥର ନିଆରା ଅନୁଭୂତି ସାଉଁଟିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
Powered by Froala Editor