ପୂର୍ବତନ ମନ୍ତ୍ରୀ ସରସ୍ୱତୀ ପ୍ରଧାନଙ୍କ ପରଲୋକ

ବରଗଡ଼: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସରସ୍ୱତୀ ପ୍ରଧାନ । ୯୮ ବର୍ଷ ବୟସରେ ସରସ୍ୱତୀ ପ୍ରଧାନଙ୍କ ପରଲୋକ ହୋଇଛି । ବରଗଡ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ଥିଲେ ସରସ୍ୱତୀ । ତେବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।
ସୂଚନା ଥାଉକି, ୧୯୬୨ ମସିହାରେ ନିର୍ବାଚିତ ହୋଇ Education deputy ministeହୋଇଥିଲେ । ୧୯୬୭ ରେ ବିଧାୟିକା ହୋଇଥିବା ବେଳେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ । ସରସ୍ୱତୀ ପ୍ରଧାନ କଂଗ୍ରେସ ଦଳରୁ ପ୍ରାଥିନୀ ହୋଇଥିଲେ ।
Powered by Froala Editor