ଆଜି ଶପଥ ନେବେ ନବନିଯୁକ୍ତ ରାଜ୍ୟପାଳ
ଭୁବନେଶ୍ୱର : ମଙ୍ଗଳବାର ଶପଥ ନେବେ ନବନିଯୁକ୍ତ ରାଜ୍ୟପାଳ । ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବାର ଦାସ । ରାଜଭବନରେ ସକାଳ ୧୧ଟା ୪୫ ମିନିଟରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ ହେବ । ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ନୂଆ ରାଜ୍ୟପାଳ ଶ୍ରୀ ଦାସଙ୍କୁ ଶପଥ ପାଠ କରାଇବେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ।
ଖବର ଅନୁଯାୟୀ, ରାଜ୍ୟପାଳ ଶ୍ରୀ ଦାସ ସୋମବାର ସକାଳେ ପ୍ରଥମେ ପୁରୀରେ ପହଞ୍ଚିଥିଲେ । ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ସେ ଭୁବନେଶ୍ୱର ଆସିଥିଲେ । ଅପରାହ୍ଣ ୨ଟା ୨୫ରେ ରାଜଭବନରେ ପହଞ୍ଚିଥିଲେ ।
ରାଜଭବନରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଏହି ଅବସରରେ ବାଚସ୍ପତି ପ୍ରମିଳା ମଲ୍ଲିକ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor