କାର୍ତ୍ତିକ ମାସ ଆରମ୍ଭରେ ଲଗାନ୍ତୁ ତୁଳସୀ ଗଛ, ସୁଖମୟ ହେବ ବୈବାହିକ ଜୀବନ

ଆରମ୍ଭ ହେଲା କାର୍ତ୍ତିକ ମାସ। ପାରିବାରିକ ଓ ବୈବାହିକ ଜୀବନରେ ସୁଖ, ଶାନ୍ତି ପାଇଁ କାର୍ତ୍ତିକ ମାସରେ ତୁଳସୀ ଗଛ ପୂଜା କରିବା ସବୁଠୁ ଉତ୍ତମ ବୋଲି ବିଶ୍ବାସ ରହିଛି। ଘରର ବାଡିରେ ବା ଅଗଣାରେ ତୁଳସୀ ଗଛ ଲଗାଇବାର ସଠିକ ସମୟ ହେଉଛି କାର୍ତ୍ତିକ ମାସ । ଏହି ମାସର ଯେକୌଣସି ଦିନରେ କିମ୍ବା ମାସ ଆରମ୍ଭରେ ତୁଳସୀ ଗଛ ଆଣି ଘରେ ଲଗାଇବା ଦ୍ବାରା ବୈବାହିକ ଜୀବନ ସୁଖମୟ ହେବା ସହ ପରିବାରରେ ଶାନ୍ତି ବଜାୟ ରହିଥାଏ ।
ପ୍ରତିଦିନ ସକାଳେ ଓ ସଂଧ୍ୟାରେ ତୁଳସୀ ଗଛ ମୂଳରେ ଘିଅ ବା ରାଶି ତେଲରେ ଦୀପ ଜଳାଇଲେ ପାରିବାରିକ ଜୀବନ ସୁଖମୟ ହୋଇଥାଏ। କାର୍ତ୍ତିକ ମାସରେ କୌଣସି ବ୍ୟକ୍ତିଙ୍କ ସହ ଖରାପ ବ୍ୟବହାର କିମ୍ବା କାହାର ଅନିଷ୍ଟ କରିବା ଉଚିତ ନୁହେଁ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତ ବୃକ୍ଷଲତାରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏହି ମାସରେ ବୃକ୍ଷ ଲତାଙ୍କର କ୍ଷତି କରିବା ଉଚିତ ନୁହେଁ।
ବୃକ୍ଷଲତାଙ୍କର କ୍ଷତି କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ମାସରେ କୌଣସି ଜୀବଜନ୍ତୁଙ୍କର ହତ୍ୟା କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ। କାର୍ତ୍ତିକ ମାସରେ କୌଣସି ବ୍ୟକ୍ତିଙ୍କ ଓ ଗୁରୁଜନମାନଙ୍କର ଅପମାନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
Powered by Froala Editor