ଖେଳୁଥିବାବେଳେ ୮ ବର୍ଷର ପୁଅକୁ ଟାଣିନେଲା ବାଘ

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଘଟିଛି ଅଘଟଣ। ୮ ବର୍ଷର ବାଳକକୁ ଝାମ୍ପି ନେଲା କଲରାପତରିଆ ବାଘ। ସନ୍ଧ୍ୟାରେ ହୁମନ୍ ଧାରୁଆଙ୍କ ପୁଅ ଡମ୍ବରୁଧର ଖେଳୁଥିବାବେଳେ କଲରାପତରିଆ ବାଘ ତାକୁ ଟାଣିନେଇ ଗାଁଠାରୁ ୨୦୦ ମିଟର ଦୂରରେ ଥିବା ଏକ ଗୁମ୍ଫାରେ ପଶିଯାଇଥିଲା । ପରେ ଗୁମ୍ଫାରୁ ନାବାଳକର ମୃତଦେହ ଉଦ୍ଧାର କରିଛନ୍ତି ଗାଁ ଲୋକ। ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି ।
ସନ୍ଧ୍ୟାରେ ଡମ୍ବରୁଧର ଘର ପାଖରେ ଖେଳୁଥିବା ବେଳେ ତାକୁ ବାଘ ଝାମ୍ପି ନେଇଥିଲା। ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ବାଘକୁ ଗୋଡ଼ାଇ ଥିଲେ। ଏକ ଗୁମ୍ଫାରୁ ବାଘଠାରୁ ଶିଶୁଟିକୁ ଉଦ୍ଧାର କରିଥିଲେ ସେମାନେ। ତେବେ ଘରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା।
ଘଟଣା ସଂପର୍କରେ ଖବର ପାଇବା ପରେ ବନଜନ୍ତୁ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚିଥିଲେ। ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ପଠାଯାଇଛି। ରାତି ପ୍ରାୟ 9ଟା ସୁଦ୍ଧା କଟିଙ୍ଗପାଣି ଗାଁ ଗୋଧସପଡ଼ାର ଡମ୍ବରୁଧରଙ୍କ ଘର ପାଖାପାଖି ଦୁଇଟି ବାଘ ବିଚରଣ କରୁଥିବା ଜଣାପଡ଼ିଛି।
Powered by Froala Editor