୧ରେ ଲାବନ୍ୟାଙ୍କ ହାତ ଧରିବେ ବରୁଣ

ନଭେମ୍ବର ୧ରେ ଇଟାଲୀରେ ବିବାହ କରିବେ ସାଉଥ ଷ୍ଟାର ବରୁଣ ତେଜ । ଚଳିତ ବର୍ଷ ଜୁନ୍ ୯ରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ। ନିର୍ବନ୍ଧ ପରେ ନଭେମ୍ବରରେ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି। । ସୁପରଷ୍ଟାର ରାମଚରଣଙ୍କ ପରିବାର ଇଟାଲୀରେ ପହଞ୍ଚିବା ପରେ ଇନଷ୍ଟାରେ କିଛି ଫଟୋ ସେୟାର କରିଛନ୍ତି। ବିବାହ ବିଷୟରେ ସୂଚନା ନଦେଇ ଉପାସନା ଫଟୋ ସେୟାର କରି ତାଙ୍କ ପରିବାର ଛୁଟି କଟାଇବାକୁ ଇଟାଲୀ ଯାଇଥିବା ଲେଖିଛନ୍ତି।
୨୦୧୬ରେ ଫିଲ୍ମ 'ମିଷ୍ଟର'ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ ବରୁଣ ତେଜ ଏବଂ ଲାବନ୍ୟା ତ୍ରିପାଠୀ । ସେବେଠାରୁ ଦୁହେଁ ପରସ୍ପରକୁ ଡେଟ କରୁଥିଲେ । କିନ୍ତୁ ସମସ୍ତଙ୍କ ସାମନାରେ କୌଣସି ମତ ଦେଇନଥିଲେ । ଜୁନରେ ନିର୍ବନ୍ଧ କରି ସେ ଫ୍ୟାନମାନଙ୍କୁ ଏକଦମ ଚମକାଇ ଦେଇଥିଲେ । ଏବେ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ଏହାକୁ ନେଇ ଫ୍ୟାନ୍ସ ବଧାଇ ଦେଲେଣି ।
Powered by Froala Editor