କେରଳ ବିସ୍ଫୋରଣ : ଆତ୍ମସମର୍ପଣ କଲେ ଜଣେ ବ୍ୟକ୍ତି
କୋଚିର କଲାମସେରିସ୍ଥିତ ଏକ କନଭେନ୍ସନ୍ ସେଣ୍ଟରରେ ରବିବାର ହୋଇଥିବା ବିସ୍ଫୋରଣ ପାଇଁ ଜଣେ ବ୍ୟକ୍ତି ନିଜକୁ ଦାୟୀ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ବ୍ୟକ୍ତି ଜଣକ ତୃସୁର ଜିଲା କୋଡକାର ଥାନାରେ ଆତ୍ମସମର୍ପଣ କରି ଏହି ବିସ୍ଫୋରଣ ଘଟାଇଥିବା କହିଛି।
କେରଳର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜିପି) ଏମ୍.ଆର୍. ଅଜିତ କୁମାର ଏହି ସୂଚନା ଦେଇଛନ୍ତି। ଏହି ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଅଛନ୍ତି।
ପୁଲିସ ବର୍ତ୍ତମାନ ଆତ୍ମସମର୍ପଣ କରିଥିବା ବ୍ୟକ୍ତି ଜଣଙ୍କୁ ପଚରା ଉଚରା କରୁଛି, କିନ୍ତୁ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ କି ବିସ୍ଫୋରଣରେ ବ୍ୟକ୍ତିଙ୍କର ହାତ ଥିଲା କି ନାହିଁ। ଅନ୍ୟପଟେ ଘଟଣା ପରେ ସମ୍ପୂର୍ଣ୍ଣ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ସୋସିଆଲ ମିଡିଆରେ ଭୁଲ ଖବର ପ୍ରସାରଣ ନ କରିବାକୁ ପୁଲିସ ଅପିଲ କରିଛି। ଯଦି କେହି ଏଥିରେ ବ୍ୟତିକ୍ରମ କରି କିଛି କରନ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
Powered by Froala Editor