ମାନିଲେ ମୋଇତ୍ରା : ହିରାନନ୍ଦାନୀଙ୍କୁ ସଂସଦର ଲଗଇନ୍ ପାସୱାର୍ଡ ଦେଇଥିଲେ
ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ ଆଣିବା ପରେ ଟିଏମ୍ସି ନେତ୍ରୀ ମହୁଆ ମୋଇତ୍ରା ଶେଷରେ ସତ ମାନିଛନ୍ତି । ସେ ଲୋକସଭାରୁ ତାଙ୍କ ପାଇଁ ଦିଆଯାଇଥିବା ୟୁଜର୍ ଆଇଡି ଓ ପାସଓ୍ୱାର୍ଡ ହିରାନନ୍ଦାନୀଙ୍କୁ ଦେଇଥିବା ସ୍ୱୀକାର କରିଛନ୍ତି। ଯାହାଙ୍କ ପାଖରୁ ଲୋକସଭାରେ ଶିଳ୍ପପତି ଗୌତମ ଅଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ପାଇଁ ଯେଉଁ ପ୍ରଶ୍ନ ଉଠାଉଥିଲେ, ସେଥିପାଇଁ ସେ ଲାଞ୍ଚ ଆଣିଥିବା ଅଭିଯୋଗ ରହିଛି। ତେବେ ଲାଞ୍ଚରେ ସେ ନଗଦ ଟଙ୍କା କିମ୍ବା ଦାମୀ ଉପହାର ନେଇଥିବା କଥାକୁ ଅସ୍ୱୀକାର କରିଛନ୍ତି।
ତୃଣମୂଳ କଂଗ୍ରେସ ସାଂସଦ କହିଛନ୍ତି ଯେ ସେ ଜଣେ ବନ୍ଧୁ ଭାବରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ କେବଳ ସ୍କାର୍ଫ, ଲିପଷ୍ଟିକ୍ ଏବଂ ଆଇସାଡୋ ନେଇଥିଲେ। ଏହା ସହ ସେ ତାଙ୍କ ବଙ୍ଗଳାର ମରାମତି ପାଇଁ ହିରାନନ୍ଦାନୀଙ୍କଠାରୁ ସାହାଯ୍ୟ ମାଗିଥିଲେ ।
ମୋଇତ୍ରା କହିଛନ୍ତି, କୌଣସି ସାଂସଦ ନିଜ ପ୍ରଶ୍ନ ପଚାରନ୍ତି ନାହିଁ । ମୁଁ ଦର୍ଶନ ହିରାନନ୍ଦାନୀଙ୍କୁ ଏକ ପାସୱାର୍ଡ ଦେଇଥିଲି ଏବଂ ଯେପରିକି ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ପ୍ରଶ୍ନ ଟାଇପ୍ କରି ଅପଲୋଡ୍ କରିପାରିବେ । ମହୁଆ ଆହୁରି କହିଛନ୍ତି ଯେ ପ୍ରଶ୍ନ ଅପଲୋଡ୍ କରିବା ସମୟରେ ଫୋନରେ ଏକ ଓଟିପି ଆସିଥାଏ। ଏଥିପାଇଁ ମୋ ଫୋନ୍ ନମ୍ବର ଦିଆଯାଇଛି। ଏହା ଦର୍ଶନ ହିରାନନ୍ଦାନୀଙ୍କ ଫୋନକୁ ଯାଏ ନାହିଁ। ଯେତେବେଳେ ମୁଁ ଓଟିପି ଦେବି, ପ୍ରଶ୍ନଗୁଡ଼ିକ ଦାଖଲ ହୁଏ। ହିରାନନ୍ଦାନୀଙ୍କୁ ଲଗ୍ ଇନ୍ ପାସ୍ଓ୍ୱାର୍ଡ ଦେବା କଥା ସ୍ୱୀକାର କରି କହିଛନ୍ତି ଯେ, ସେ ଦୁର୍ଗମ ଅଞ୍ଚଳରେ କାମ କରନ୍ତି। ଏଥିପାଇଁ ବ୍ୟସ୍ତ ରୁହନ୍ତି।
Powered by Froala Editor