ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରିଦେବାକୁ ଧମକ
ନୂଆଦିଲ୍ଲୀ: ଦେଶର ବଡ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରିଦେବାକୁ ଧମକ । ଇମେଲରେ ଧମକ ଦେଇଥିବା ଅଜ୍ଞାତ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ୨୦ କୋଟି ଟଙ୍କା ମାଗିଛି ଏବଂ ନଦେଲେ ଜୀବନ ହରାଇବାକୁ ପଡିବ ବୋଲି ଧମକ ଦେଇଛି ।
ପୁଲିସଠାରୁ ମିଳିଥିବା ତଥ୍ୟ ମୁତାବକ, ଅକ୍ଟୋବର ୨୭ ତାରିଖରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଇମେଲ ଆଇଡିରେ ଏକ ଅଜ୍ଞାତ ମେଲ୍ ଆସିଥିଲା । ଏହି ମେଲ ମିଳିବା ପରେ ମୁକେଶଙ୍କ ସିକ୍ୟୁରିଟି ଇନଚାର୍ଜଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ଗାମଦେବୀ ପୁଲିସ ଆଇପିସି ଧାରା ୩୮୭ ଓ ୫୦୬ ଆଧାରରେ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି । ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ଅକ୍ଟୋବରରେ ମୁକେଶଙ୍କୁ ଧମକ ମିଳିଥିଲା ଏବଂ ତାଙ୍କ ଘର ‘ଏଣ୍ଟିଲିଆ’ ନିକଟରୁ ବିସ୍ଫୋରକ ଭରା ଏସୟୁଭି ମିଳିଥିଲା । ତେଣୁ ତାଙ୍କର ସିକ୍ୟୁରିଟି କଡାକଡି କରାଯାଇଥିଲା ।
Powered by Froala Editor