ସରକାରୀ କ୍ୱାର୍ଟର୍ସରେ ରାଜସ୍ୱ ସହାୟିକାଙ୍କ ମୃତଦେହ ଉଦ୍ଧାର

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ଥିତ ସରକାରୀ କ୍ୱାର୍ଟର୍ସରେ ରାଜସ୍ୱ ସହାୟିକା ମୃତଦେହ ଉଦ୍ଧାର କରାଯାଇଛି। ମୃତ ରାଜସ୍ୱ ସହାୟିକା ଜଣଙ୍କ ହେଲେ ସନ୍ଧ୍ୟାରାଣୀ ନାୟକ। ସନ୍ଧ୍ୟାରାଣୀ ଦୁଇ ବର୍ଷ ହେଲା ବରିଷ୍ଠ ରାଜସ୍ୱ ସହାୟିକା ଭାବେ କାର୍ୟ୍ୟ କରୁଥିଲେ।
ସନ୍ଧ୍ୟାରାଣୀ ବ୍ଲକ ପରିସରରେ ଥିବା ସରକାରୀ କୋଠାରେ ରହୁଥିଲେ। ଦଶହରା ଛୁଟିରେ ସମସ୍ତ କର୍ମଚାରୀ ଛୁଟିରେ ଘରକୁ ଯାଇଥିଲେ। ହେଲେ ସନ୍ଧ୍ୟାରାଣୀ ଘରକୁ ନ ଯାଇ ନିଜ କ୍ୱାର୍ଟର୍ସରେ ରହିଥିଲେ। ସମସ୍ତ କର୍ମଚାରୀ ଛୁଟି ସାରି ପୁଣି କ୍ୱାର୍ଟର୍ସକୁ ଫେରିଥିଲେ। ଗତକାଲି ଜଣେ କର୍ମଚାରୀ ସନ୍ଧ୍ୟାରାଣୀଙ୍କ ଘର କବାଟ ପାଖରୁ ଦୃର୍ଗନ୍ଧ ବାହାରୁଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ କବାଟ ତାଡ଼ି ଭିତରକୁ ପଶିଥିଲା। ସନ୍ଧ୍ୟାରାଣୀଙ୍କ ଝୁଲନ୍ତା ମୃତଦେହକୁ ଘରୁ ଉଦ୍ଧାର କରିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Powered by Froala Editor