ପୃଥକ୍ ଦୁଇଟି ବାଇକ୍ ଦୁର୍ଘଟଣାରେ ଦୁଇ ମୃତ, ୪ ଆହତ

ରାୟଗଡା : ବିଳମ୍ବିତ ରାତିରେ ପୃଥକ୍ ପୃଥକ୍ ଦୁଇଟି ବାଇକ୍ ଦୁର୍ଘଟଣାରେ ଦୁଇ ମୃତ ୪ ଆହତ । ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଳ ନିକଟର ଦୁଇ ବାଇକ୍ ସାମନା ସାମନି ଧକ୍କା ଦେଇଥିଲା ଘଟଣା ସ୍ଥଳରେ ଜଣକର ମୃତ ହୋଇଥିବା ବେଳେ ତିନି ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଗ୍ନିଶମ ବିଭାଗ ପହଁଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
ଘଟଣା ସ୍ଥଳରେ ରାଜେଶ ଗୁଡ଼ଲାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଆହତଙ୍କୁ ସିକିତ୍ସା ନିମନ୍ତେ କୋରାପୁଟକୁ ସ୍ଥାନାନ୍ତରିତ କରାଯାଇଛି । ରାୟଗଡା ଜେକେପୁର ଦଶହରା ଉତ୍ସବ ଦେଖି ଫେରିବା ସମୟରେ କଲନାରା ଭୁଜବଳ ନିକଟରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି ।
ସେହିପରି କାଶିପୁର ଥାନା ଅନ୍ତର୍ଗତ ଯୁଡ଼ାମ୍ବରେ ଦୁଇ ବାଇକ୍ ଧକା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗରୁତର ହେଇଛନ୍ତି । କାଶୀପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।
Powered by Froala Editor