ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ୫ ଆତଙ୍କବାଦୀ ନିହତ
ପାକିସ୍ତାନ ପଟୁ ହେଉଥିବା ବଡ଼ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ଏଲସି ଉପରେ ସୁରକ୍ଷା କର୍ମୀ ଲଶ୍କର-ଏ-ତୋଇବା (ଏଲଇଟି) ର ୫ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଜମ୍ମୁ-କଶ୍ମୀରର ଏଲଓସି ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇବାରୁ ଗୁଳି ବିନିମୟ ହୋଇଥିଲା। ଏହା ପରେ ଏକ ଏନକାଉଣ୍ଟର ହୋଇଥିଲା । ସେନାଙ୍କ ଦ୍ୱାରା ପ୍ରାରମ୍ଭିକ ଗୁଳି ବିନିମୟରେ ଦୁଇ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଏହାର ସୁଯୋଗ ନେଇଥିଲେ। ଶେଷରେ ୬ଘଣ୍ଟାର ଦୀର୍ଘ ଅପରେସନ ପରେ ଆହୁରି ୩ ଆତଙ୍କବାଦୀ ନିହତ ହୋଇଥିଲେ। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଆତଙ୍କାବାଦୀ ପ୍ରାଣ ହରାଇଛନ୍ତି।
ଏହି ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି ହିଂସା ସୃଷ୍ଟି କରିବା ଲକ୍ଷ୍ୟରେ ଥିଲେ। ସେମାନଙ୍କୁ ପାକିସ୍ତାନ ସେନା ମଧ୍ୟ ଅନୁପ୍ରବେଶରେ ସବୁ ପ୍ରକାରର ସହାୟତା କରିଥିଲା। କିନ୍ତୁ ସୀମାରେ ମୁତୟନ ସୁରକ୍ଷାକର୍ମୀମାନେ ପାକିସ୍ତାନର ସବୁ ଯୋଜନାରେ ପାଣି ପକାଇ ଦେଇଛନ୍ତି।
Powered by Froala Editor