ଏହି ବିବାହ ଋତୁରେ ସାରା ଦେଶରେ ହେବ ୩୫ ଲକ୍ଷ ବିବାହ

ଦେଶରେ ଏବେ ପାର୍ବଣ ଋତୁ ଚାଲିଥିବାବେଳେ ଏହାପରେ ବିବାହ ଋତୁ ଆସିବ। ଦେଶର ଅର୍ଥନୀତିକୁ ଗତିଶୀଳ କରାଇବାରେ ଉଭୟ ପାର୍ବଣ ଓ ବିବାହ ଋତୁର ବିଶେଷ ମହତ୍ବ ରହିଛି । ଦେଶରେ ବିବାହ ଋତୁ ନଭେମ୍ବର ୨୩, ୨୦୨୩ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ପର୍ଯ୍ୟନ୍ତ (ମାର୍ଗଶୀର ମାସ) ଚାଲିବ । ଏହି ବିବାହ ଋତୁରେ ସାରା ଦେଶରେ ପ୍ରାୟ ୩୫ ଲକ୍ଷ ବିବାହ ହେବ। ବିବାହ ସପିଂଠାରୁ ଆରମ୍ଭ କରି ବିବାହରେ ଅତ୍ୟାବଶ୍ୟକ ସେବା ପର୍ଯ୍ୟନ୍ତ ଏହି ବିବାହ ଋତୁରେ ୪.୨୫ ଲକ୍ଷ କୋଟି ଟଙ୍କାର କାରବାର ହେବ ବୋଲି ଆକଳନ କରାଯାଇଛି।
କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଏହି ତଥ୍ୟ ଜାରି କରିଛି। ନିକଟରେ ଦେଶର ୨୦ଟି ପ୍ରମୁଖ ସହରର ବ୍ୟବସାୟୀ ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଏକ ସର୍ଭେ କରାଯାଇଥିଲା। ଆଗାମୀ ଋତୁରେ କେବଳ ରାଜଧାନୀ ଦିଲ୍ଲୀରେ ୩.୫ ଲକ୍ଷରୁ ଅଧିକ ବିବାହ ହେବାର ସମ୍ଭାବନା ରହିଛି, ଯାହା ଦିଲ୍ଲୀରେ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିବାର ସମ୍ଭାବନା ରହିଛି। ଗତବର୍ଷ ଏହି ସମୟରେ ପ୍ରାୟ ୩୨ ଲକ୍ଷ ବିବାହ ହୋଇଥିଲା ଏବଂ ଏଥିପାଇଁ ୩.୭୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା ବୋଲି ଆକଳନ କରାଯାଇଥିଲା।
Powered by Froala Editor