ଜିମ୍ରେ ବ୍ୟାୟାମ କରୁଥିବା ବେଳେ ପ୍ରାଣ ହରାଇଲେ ବରିଷ୍ଠ ପୁଲିସ ଅଧିକାରୀ

ଚଣ୍ଡିଗଡ଼: ହରିୟାଣା ପୁଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଯୋଗୀନ୍ଦର ଦେଶୱାଲ ସୋମବାର ଏକ ଜିମ୍ରେ ବ୍ୟାୟାମ କରୁଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି। ଜିମ୍ରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହୃଦ୍ଘାତ ହୋଇଥିଲା।
ତାଙ୍କୁ ତୁରନ୍ତ କର୍ଣ୍ଣାଲର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଯୋଗୀନ୍ଦର ଦେଶୱାଲ ପାନିପତର ଜିଲ୍ଲା ଜେଲର ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ଅବସ୍ଥାପିତ ଥିଲେ। ସେ କର୍ଣ୍ଣାଲର ନ୍ୟାୟପୁରୀ ଅଞ୍ଚଳରେ ରହୁଥିଲେ।
Powered by Froala Editor