ଚତୁର୍ଥୀରେ ଜନ୍ମ ହେଲା ପିଲା, ମୁଣ୍ଡରେ ହାତ ଦେଲେ ସ୍ୱାମୀ

ଝିଅ ଗର୍ଭବତୀ ଥିଲା । କିନ୍ତୁ ପରିବାର ଲୋକ କଥାକୁ ଲୁଚାଇ ଝିଅକୁ ବାହା କରାଇଦେଲେ । ହେଲେ ଚତୁର୍ଥୀ ରାତିରେ ସବୁ ପର୍ଦ୍ଦାଫାସ ହୋଇଗଲା । ନବବଧୂର ଲେବର ପେନ୍ ହେବାରୁ ଡାକ୍ତରଖାନାକୁ ନେଇଥିଲେ ଶାଶୂ ଘର ଲୋକେ । ହେଲେ ସେଠାରେ ସନ୍ତାନ ଜନ୍ମ ଦେବା ପରେ ମୁଣ୍ଡରେ ହାତ ଦେଇ ବସିଥିଲେ । ଏ ଘଟଣା ଉତ୍ତରପ୍ରଦେଶ ମୁରାଦାବାଦର ।
ଚଳିତମାସ ୧୦ ତାରିଖରେ ସିଭିଲ୍ ଲାଇନ୍ ଥାନାର ଅଗବାନପୁରରେ ଧୁମ୍ଧାମ୍ରେ ହୋଇଥିଲା ବିବାହ। ୧୧ ତାରିଖରେ ଝିଅ ବିଦା ହୋଇଥିଲା। ହେଲେ ବିବାହର ୪ର୍ଥ ଦିନରେ ନବବଧୂଙ୍କ ପେଟରେ ଅଚାନକ ଯନ୍ତ୍ରଣା ହୋଇଥିଲା। ତାଙ୍କ ସ୍ବାମୀ ଏବିଷୟରେ ତାଙ୍କ ବାପାମାଆଙ୍କୁ ଜଣାଇଲେ। ସେ କନ୍ୟାଙ୍କୁ ନେଇ ହସ୍ପିଟାଲ୍ରେ ପହଞ୍ଚିଲେ। ତା'ପରେ ଯାଇ ଜଣାପଡ଼ିଲା ଯେ ନବବଧୂଙ୍କର ଲେବର୍ ପେନ୍ ହେଉଛି।
ତା'ପରେ ଶଶୁରଘର ଲୋକ କନ୍ୟାର ବାପାଙ୍କୁ ଘରକୁ ଡାକି ସବୁ କଥା କହିଥିଲେ। ଅକ୍ଟୋବର ୧୬ ତାରିଖରେ ସବୁ କଥା ସ୍ପଷ୍ଟ ହୋଇଗଲା ପରେ ଯୁବକ ଜଣକ ତାଙ୍କ ନବବିବାହିତା ପତ୍ନୀଙ୍କୁ ତିନ୍ ତଲାକ୍ ଦେଇଥିଲେ। ତା'ପରେ କନ୍ୟା ଜଣକ ପିଲାର ପ୍ରକୃତ ବାପା ବିଷୟରେ କହିବା ପରେ ଗାଁରେ ପଞ୍ଚାୟତରେ କନ୍ୟାଙ୍କୁ ତାଙ୍କ ପ୍ରେମୀଙ୍କ ସହ ବାହାଘର କରି ଦିଆଯାଇଛି।
ଏ ବିଷୟରେ ଝିଅର ବାପା ଆଗରୁ ଜାଣିନଥିବା କହିଥିଲେ ବି ଏ କଥା ମିଛ ବୋଲି ଶୁଣିବାକୁ ମିଳିଛି । ଝିଅକୁ ଭଲ ଘରେ ବାହା ଦେବା ପାଇଁ ପରିବାର ଲୋକେ ଏମିତି କରିଥିଲେ ବୋଲି ଚର୍ଚ୍ଚା ଚାଲିଛି ।
Powered by Froala Editor