ଇସ୍ରାଏଲରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଆଜି ଇସ୍ରାଏଲ ଯାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ । ଆଜି ତେଲ ଅବିବରେ ପହଞ୍ଚିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିବେ । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲରେ ପହଞ୍ଚିଥିଲେ ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ବାଇଡେନଙ୍କ ଗସ୍ତ ପରେ ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଇସ୍ରାଏଲରେ ପହଞ୍ଚିଛନ୍ତି । ଇସ୍ରାଏଲ-ହମାସ୍ ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଲାଣି । ଦିନକୁ ଦିନ ଯୁଦ୍ଧ ଅଧିକ ଜଟିଳ ହେବାରେ ଲାଗିଛି । ଯୁଦ୍ଧ ଯୋଗୁଁ ସାଧାରଣ ଲୋକ ଅନେକ ଅସୁବିଧା ଭୋଗୁଛନ୍ତି । ଗାଜାରେ ମୋଟ୍ ମୃତ୍ୟୁ ସଂଖ୍ୟା ୩ ହଜାର ଉପରେ ହେଲାଣି ।
Powered by Froala Editor