ଘରୋଇ ଡାକ୍ତରଖାନାରୁ ଟିକା ଫେରାଇ ଆଣିଲେ ପଞ୍ଜାବ ସରକାର
ନୂଆଦିଲ୍ଲୀ: ଘରୋଇ ଡାକ୍ତରଖାନାଗୁଡ଼ିକୁ କରୋନା ଟିକା ଯୋଗାଣ ନିଷ୍ପତ୍ତିକୁ ପଞ୍ଜାବ ସରକାର ପ୍ରତ୍ୟାହାର କରିଛନ୍ତି । କେନ୍ଦ୍ର ସରକାର ଯୋଗାଇ ଦେଉଥିବା ‘କୋଭାକ୍ସିନ’ ଟିକାକୁ ପଞ୍ଜାବ ସରକାର ଘରୋଇ ଡାକ୍ତରଖାନାକୁ ଅଧିକ ଦରରେ ବିକି୍ର କରି ଲାଭ ଉଠାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପଞ୍ଜାବ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱ ସରକାରକୁ କେନ୍ଦ୍ର ସରକାର ସମାଲୋଚନା କରିଥିଲେ । ଏହି ସମାଲୋଚନା ପରେ ପଞ୍ଜାବ ସରକାର ଘରୋଇ ଡାକ୍ତରଖାନାଗୁଡ଼ିକୁ ଦେଇଥିବା ସମସ୍ତ ଟିକା ଶୁକ୍ରବାର ଫେରାଇ ଆଣିଛନ୍ତି । ପଞ୍ଜାବ ସରକାରଙ୍କ ପ୍ରମୁଖ ସଚିବ ହୁସେନ ଲାଲ କହିଛନ୍ତି । ଯେ ଘରୋଇ ଡାକ୍ତରଖାନାକୁ ୪୦ ହଜାର ଟିକା ଯୋଗାଇ ଦେଇଥିଲେ । ଏଥିରୁ ମାତ୍ର ୧୦୦୦ ଟିକା ବିକି୍ର ହୋଇଛି । ଅବଶିଷ୍ଟ ୩୯ ହଜାର ଟିକାକୁ ଫେରାଇ ଅଣାଯାଇଛି । ଏପରିକି କି ଘରୋଇ ଡାକ୍ତରଖାନାଗୁଡ଼ିକ ମାଧ୍ୟମରେ ପଞ୍ଜାବ ସରକାର ୧୮ ରୁ ୪୪ ବର୍ଷର ନାଗରିକଙ୍କୁ ଟିକାକରଣ କରିବାକୁ ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ।
Powered by Froala Editor