ଫାଇଜର ବାୟୋଏନଟେକ ଟିକା ବିଫଳ
ନୁ୍ୟୟର୍କ: ଭାରତରେ ସନ୍ଧାନ କରାଯାଇଥିବା କରୋନା ଭାଇରସର ଡେଲଟା ଷ୍ଟ୍ରେନକୁ ପ୍ରଭାବଶାଳୀ ଢ଼ଙ୍ଗରେ ମୁକାବିଲା କରିବାରେ ଫାଇଜର ବାୟୋଏନଟେକ ଟିକା ବିଫଳ ହେଉଥିବାର ଦାବି କରାଯାଇଛି । ଲାନସେଟ ପତି୍ରକାରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି । ଏଥିରେ କୁହାଯାଇଛି କି କରୋନାର ମୂଳ ଷ୍ଟ୍ରେନକୁ ପ୍ରତିହତ କରିବା ପାଇଁ ଦେହରେ ଫାଇଜର ବାୟୋଏନଟେକ ଟିକା ଯେତିକି ମାତ୍ରାର ଆଣ୍ଟିବଡ଼ି ସୃଷ୍ଟି କରିଥାଏ, ଡେଲଟା ଷ୍ଟ୍ରେନକୁ ମୁକାବିଲା କରିବା ବେଳେ ତା ଠାରୁ ୫ ଗୁଣ କମ ଆଣ୍ଟିବଡ଼ି ସୃଷ୍ଟି କରୁଛି । ଆହୁରି ମଧ୍ୟ ଟିକା ନେଇଥିବା ବ୍ୟକ୍ତିଙ୍କ ବୟସ ଅଧିକ ହୋଇଥିଲେ ତାଙ୍କ ଦେହରେ କମ ଆଣ୍ଟିବଡ଼ି ସୃଷ୍ଟି ହେଉଛି । ଏମିତିକି ସମୟ ବିତିବା ସହିତ ଦେହର ଆଣ୍ଟିବଡ଼ିର ପରିମାଣ କମି ବି ଯାଉଛି । ତେଣୁ ଯେଉଁମାନେ ଏଭଳି ଟିକା ନେଇଛନ୍ତି, ସେମାନେ କରୋନା ଆକ୍ରମଣରୁ ସବୁବେଳେ ରକ୍ଷା ପାଇବେ ନାହିଁ । ଏମାନଙ୍କୁ କରୋନା ଆକ୍ରମଣରୁ ସୁରକ୍ଷା ଦେବାକୁ ହେଲେ ସେମାନଙ୍କୁ ଏହି ଟିକାର ବ୍ଲଷ୍ଟର ଡୋଜ ଦେବାକୁ ପଡ଼ିବ । ବି୍ରଟେନରେ ଫାଇଜର ଟିକାର ଦୁଇଟି ଡୋଜ ନେବା ଭିତରେ ବ୍ୟବଧାନ ହ୍ରାସ ନିଷ୍ପତିକୁ ବି ଏହି ରିପୋର୍ଟରେ ସମର୍ଥନ କରାଯାଇଛି ।
Powered by Froala Editor