ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିବାହ ଏକ ମୌଳିକ ଅଧିକାର ନୁହେଁ ବୋଲି କୋର୍ଟ କହିଛନ୍ତି । ଏନେଇ ସଂସଦ ନିଷ୍ପତ୍ତି ନେଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସମଲିଙ୍ଗୀ ବିବାହ ନେଇ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମଲିଙ୍ଗୀ ବିବାହ ମୌଳିକ ଅଧିକାର ନୁହେଁ । ଜୀବନସାଥୀ ବାଛିବା ଜୀବନରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ନିଜ ସାଥୀ ଖୋଜିବାରେ ସମସ୍ତଙ୍କୁ ସ୍ବାଧୀନତା ମିଳୁ । ଦେଶରେ ସମଲିଙ୍ଗୀ ସମ୍ପର୍କରେ ଗ୍ରହଣୀୟତା ବଢିଛି । ସ୍ବତନ୍ତ୍ର ବିବାହ ଆଇନରେ ପରିବର୍ତ୍ତନ ନେଇ ସଂସଦ ନିଷ୍ପତ୍ତି ନେବ । କେନ୍ଦ୍ର ଓ ରାଜ୍ୟ ସରକାର ସମଲିଙ୍ଗୀ ବିଷୟରେ ଲୋକଙ୍କୁ ବୁଝାଇବେ । ସିଜେଆଇ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି ।
୧୮ ସମଲିଙ୍ଗୀ ଯୋଡ଼ିଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।ସୁପ୍ରିମକୋର୍ଟ ପ୍ରଧାନବିଚାରପତି ସମଲିଙ୍ଗୀ ବିବାହକୁ ନେଇ ରାୟ ପ୍ରକାଶ କରି କହିଛନ୍ତି, "ଏହି ମାମଲାରେ ୪ଟି ନିଷ୍ପତ୍ତି ହୋଇଛି । କିଛି ସହମତି ମିଳିଛି କିଛି ଅସହମତି ପ୍ରକାଶ କରିଛନ୍ତି । ମଣିଷ ସ୍ବାଭାବିକ ଭାବେ ସାଥୀ ଖୋଜିଥାଏ । ପ୍ରେମ ମଣିଷର ସ୍ବଭାବିକ ପ୍ରକୃତି । ବିବାହ ଅଧିକାର ଉପରେ ସରକାର ଗଠନ କରନ୍ତୁ । ଆଇନର ବାଖ୍ୟା କୋର୍ଟର କାମ ତିଆରି କରିବା ନୁହେଁ । ପାର୍ଲାମେଣ୍ଟ୍ ଅଧିକାରରେ କୋର୍ଟ ପ୍ରବେଶ କରିପାରିବେ ନାହିଁ । ଜୀବନ ସାଥୀ ବାଛିବାକୁ ସମସ୍ତଙ୍କୁ ସ୍ବାଧୀନତା ମିଳୁ । ସାଥୀ ବାଛିବା ଓ ତାଙ୍କ ସହ ଜୀବନ ବିତାଇବାକୁ ସ୍ବତନ୍ତ୍ରତା ମିଳୁ ।"
ପ୍ରକାଶ ଥାଉ କି, ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମାଗୁଥିବା ଆବେଦନକାରୀଙ୍କ ଯୁକ୍ତିକୁ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ଆସାମ କୋର୍ଟ ବିରୋଧ କରିଛନ୍ତି । ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ସ୍ୱୀକୃତି ପ୍ରଦାନ କରାଯାଉ । ଦେଶରେ ପରିଚାଳିତ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ୧୯୫୪ରେ ସମଲିଙ୍ଗୀ ବିବାହକୁ ସାମିଲ କରାଯାଉ ବୋଲି ଆବେଦନକାରୀ ଦାବି କରିଥିଲେ । ଗତ ଏପ୍ରିଲ ୧୮ ତାରିଖରେ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ । ଗତ ମେ' ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ୨୧ଟି ପିଟିସନର ଏକାଠି ଶୁଣାଣି କରିଥିଲେ ।ପରେ ବିବାହର ରୂପ ବଦଳିଛି । ବିବାହ କରିବା କୌଣସି ମୌଳିକ ଅଧିକାର ନୁହେଁ ।
ସିଜେଇ ଡି ୱାଇ ଚନ୍ଦ୍ରଚୂଡ ଆହୁରି କହିଛନ୍ତି,"କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିନ୍ତ କରିବାକୁ ହେବ ସମଲିଙ୍ଗୀ ପିଲାଙ୍କୁ ତାଙ୍କ ବୟସ ଓ ଲିଙ୍ଗ ପରିବର୍ତ୍ତନ ଅପରେସନ୍ର ଅନୁମତି ଦିଆନଯାଉ ଯେପର୍ୟ୍ୟନ୍ତ ସେମାନେ ଏହାର ପରିଣାମ ଭଲରେ ନବୁଝିଛନ୍ତି । ବିବାହର ରୂପ ବଦଳିଛି । ବିବାହର ରୂପ କେବେ ସ୍ଥିର ନୁହେଁ । ସତୀ ପ୍ରଥାଠୁ ନେଇ ବାଲ୍ୟ ବିବାହ ବଦଳିଛି । ବିରୋଧ ପରେ ବିବାହର ରୂପ ବଦଳିଛି । ବିବାହ କରିବା କୌଣସି ମୌଳିକ ଅଧିକାର ନୁହେଁ ।
Powered by Froala Editor