କୋର୍ଟ ବିଚାରଣା ହଲ୍ରେ ପଥର ଫିଙ୍ଗିଲେ ବୃଦ୍ଧ, କମ୍ପ୍ୟୁଟର ଭାଙ୍ଗିଲା
ଗଞ୍ଜାମ ଜିଲ୍ଲା ଛତ୍ରପୁର ଏସ୍ଡିଜେଏମ୍ଙ୍କ କୋର୍ଟର ବିଚାରଣା ହଲ୍ରେ ପଶି ଜଣେ ବୃଦ୍ଧ ମାଡ କଲେ । ବ୍ୟକ୍ତିଙ୍କ ପଥର ମାଡ଼ରେ କୋର୍ଟର କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ ହୋଇଛି । ତାଙ୍କୁ ଛତ୍ରପୁର ପୁଲିସ୍ ଅଟକ ରଖିଛି। ତାଙ୍କ ନାଁ ସୁବାସ ଚନ୍ଦ୍ର ସାହୁ।
ଭଞ୍ଜନଗର ଥାନା ବଡ଼କୁଦଣ୍ଡ ଗାଁର ସୁବାସ କୋର୍ଟର ବିଚାରଣା ହଲ୍ରେ ଉପସ୍ଥିତ ଥିଲେ। ଏହି ସମୟରେ ସେ ବେଞ୍ଚ କ୍ଳର୍କ ଓ ଷ୍ଟେନୋଙ୍କ ଅଗୋଚରରେ ନିଜ ବ୍ୟାଗରେ ରଖିଥିବା ପଥର ଖଣ୍ଡ ବାହାର କରି କମ୍ପ୍ୟୁଟରକୁ ଲକ୍ଷ୍ୟ କରି ମାଡ କରିଥିଲେ । ଫଳରେ କମ୍ପ୍ୟୁଟର ଭାଙ୍ଗି ଯିବା ସହିତ ଅନ୍ୟ ଜିନିଷଗୁଡ଼ିକ ନଷ୍ଟ ହୋଇଯାଇଛି।
ଖବର ପାଇ ଛତ୍ରପୁର ପୁଲିସ କୋର୍ଟରେ ପହଞ୍ଚିଥିଲା ଓ ସୁବାସଙ୍କୁ କାବୁ କରିଥିଲା। ସୁବାସ ଫୋପାଡ଼ିଥିବା ପଥରଗୁଡ଼ିକୁ ପୁଲିସ ଜବତ କରିଛି। ପୁଲିସ୍ ତାଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ଏ ସମ୍ବନ୍ଧରେ ଛତ୍ରପୁର ପୁଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
Powered by Froala Editor