ଥଣ୍ଡା ବୋଝେଇ ପିକ ଅପ୍ ଭ୍ୟାନ ସହ ବାଇକ ଧକ୍କା, ଦୁଇ ମୃତ
ବାଙ୍କୀ : ବାଙ୍କୀ ରଣ ଶଙ୍ଖ ନିକଟରେ ଏକ ଥଣ୍ଡା ବୋଝେଇ ପିକ ଅପ୍ ଭ୍ୟାନ ସହ ବାଇକ ଧକ୍କା । ଘଟଣାସ୍ଥଳରେ ଦୁଇ ମୃତ । ଜଣେ ଗୁରୁତର ।ତିନିଜଣ ଯୁବକ ବାଙ୍କୀ ହରିରାଜ ପୁର ଗ୍ରାମରଆଉ ଜଣଙ୍କ ଘର ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ତିନିଜଣ ଯାକ ଗୋଟିଏ ବାଇକରେ ଏକାଠି ବସି ଘରକୁ ଫେରିଥିବା ବେଳ ରଣ ଶଙ୍ଖ ନିକଟ ଟର୍ଣ୍ଣିଂ ପଏଣ୍ଟରେ ଘଟିଛି ଘଟଣା । ଏବେ ବାଙ୍କୀ ମେଡ଼ିକାଲକୁ ତିନିଜଣ ଯାକକୁ ଶହେ ଆଠ ଯୋଗେ ସ୍ଥାନାନ୍ତର କରାଯାଇଥିବା ବେଳେ କିଛି ସମୟ ପାଇଁ ରାସ୍ତା ଜାମ୍ ରହିଥିଲା ।
ରାସ୍ତାରୁ ତିନିଜଣ ହଟିବାପରେ ରସ୍ଥା ଏବେ ସ୍ୱାଭାବିକ । ଘଟଣାସ୍ଥଳକୁ ପିକ୍ ଅକ ଭ୍ୟାନ ଡ଼୍ରାଇଭର ଫେରାର । ଘଟଣାରୁ ଜଣାପଡ଼ିଛି ଏହି ତିନି ଜଣ ଯୁବକ ଚକୁଲେଶ୍ୱରରୁ ଟିୟୁସନ୍ ସାରି ଘରକୁ ଗୋଟିଏ ବାଇକରେ ବସି ଫେରୁ ଥିବ ବେଳେ ଏଭଳି ଘଟଣା ଘଟିଛି ବୋଲି ।
Powered by Froala Editor