କାଉର ସ୍ମରଣ ଶକ୍ତି ଅତ୍ୟନ୍ତ ପ୍ରଖର

କାଉ ଯେ ଏକ ଚତୁର ପକ୍ଷୀ ସେ କଥା ସମସ୍ତଙ୍କୁ ଜଣା । ଅତୀତରେ ଗବେଷଣାରୁ ସ୍ପଷ୍ଟ ହୋଇସାରିଛି ଯେ କାଉର ସ୍ମରଣ ଶକ୍ତି ଅତ୍ୟନ୍ତ ପ୍ରଖର । କାଉ ଗୋଲକ ଧନ୍ଦା ସମାଧାନ କରିପାରେ , ମଣିଷ ଭଳି ଅତୀତ ଓ ବର୍ତମାନ ମଧ୍ୟରେ ପାର୍ଥକ୍ୟ ଜାଣେ । “ଜର୍ନାଲ ଅଫ୍ ନ୍ୟୁରୋସାଇନ୍ସ” ରେ ପ୍ରକାଶିତ ଏକ ନିବନ୍ଧ ରୁ କାଉ ମସ୍ତିଷ୍କର ଆଉ ଏକ ଆଶ୍ଚର୍ଯ୍ୟଜନକ ସାମର୍ଥ୍ୟ ସଂପର୍କରେ ଜଣାପଡ଼ିଛି । କାଉ ଶୂନ ସଂଖ୍ୟା ସମ୍ପର୍କ ରେ ଅବଗତ ବୋଲି ଜର୍ମାନୀର ଟ୍ୟୁବିନଜେନ୍ ବିଶ୍ୱବିଦ୍ୟାଳୟ ର ଏକ ଗବେଷଣା ଦର୍ଶାଉଛି । କାଉର ଦୈନଦିନ ଜୀବନରେ ଶୂନ ସଂଖ୍ୟାର ଉପାଦେୟତା ନାହିଁ କିନ୍ତୁ ଏହାର ପ୍ରଖର ମସ୍ତିସ୍କ ଶୂନ ସଂଖ୍ୟାକୁ କଳ୍ପନା କରିପାରେ ।
ଗବେଷକ ମାନେ କାଉଗୁଡ଼ିକୁ ଗୋଟିଏ ସ୍କିନ୍ରେ ଶୂନ୍ରୁ ଆରମ୍ଭ କରି ଚାରଟି ବିନ୍ଦୁ ଦେଖାଇବା ପରେ ଆଉ ଏକ ସ୍କିନ୍ରେ ସମାନ ସଂଖ୍ୟକ ବିନ୍ଦୁ ଅଛି କି ନାହିଁ ତୁଳନା କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ । କାଉ ଏହି କାର୍ଯ୍ୟ କଲାବେଳେ ତା ମସ୍ତିସ୍କର ସ୍ନାୟବିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା । ୧,୨,୩ ଓ ୪ ସଂଖ୍ୟା ସମେତ ୦ ସଂଖ୍ୟା ପାଇଁ ମଧ୍ୟ କାଉର ମସ୍ତିସ୍କ ସ୍ନାୟୁ ସକ୍ରିୟ ହୋଈଉଠିଥଲା । ମଣିଷ ମସ୍ତିଷ୍କ ଥିବା “ନିଓକୋର୍ଟେକସ”ର ଅନୁପସ୍ଥିତି ଥିଲେ ବି କାଉର ମସ୍ନିଷ୍କରେ କିଭଳି ଭାବେ ବିଚକ୍ଷଣ ମେଧା ବିକଶିତ ହେଲା ତାହା ଏବେ ନୂଆ ପ୍ରଶ୍ନ ହୋଇ ଠିଆ ହୋଇଛି ।
Powered by Froala Editor