ସ୍କ୍ରବ୍ ଟାଇଫସ: ୨୪ ଘଣ୍ଟାରେ ୭ ପଜିଟିଭ ଚିହ୍ନଟ

ସୁନ୍ଦରଗଡ଼: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ। ପୁଣି ଦିନକରେ ସୁନ୍ଦରଗଡ଼ରେ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୫୧ ନମୁନାରୁ ୭ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩ରେ ପହଞ୍ଚିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଂଜନ ଶତପଥୀ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଂଜନ ଶତପଥୀ କହିଛନ୍ତି, ଯଥେଷ୍ଟ ଔଷଧ ମହଜୁଦ ରହିଛି। ଠିକ୍ ସେହି ଚିକିତ୍ସା ଲାଗି ସ୍ଵତନ୍ତ୍ର ଡାକ୍ତରୀ ଦଳ ବି ପ୍ରସ୍ତୁତ ରହିଛନ୍ତି। ଏହି ରୋଗ ଲାଗି ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି। ସେପଟେ ସ୍ବାସ୍ଥ୍ୟ ବିଭାଗର ସଚେତନତା ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ରହିଛି।
ଗତ ଜାନୁ୍ଆରି ମାସରୁ ଆଜିର ତାରିଖ ଯାଏ ୪୦୩ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
Powered by Froala Editor