ମୋଦୀଙ୍କୁ ବୋମା ମାରି ଉଡ଼ାଇ ଦେବାକୁ ଧମକ
ମୁମ୍ବାଇ: ଭାରତ ସରକାର ୫୦୦ କୋଟି ଟଙ୍କା ଦେବା ସହିତ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ଲରେନ୍ସ୍ ବିଷ୍ଣୋଇଙ୍କୁ ମୁକ୍ତ ନ କଲେ ‘ଆଇସିସି ମେନ୍ସ୍ କ୍ରିକେଟ୍ ୱାର୍ଲଡ୍ କପ୍ଦ ମ୍ୟାଚ୍ ଚାଲିଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋମା ମାରି ଉଡ଼ାଇ ଦେବୁ ବୋଲି ମୁମ୍ବାଇ ପୁଲିସ ନିକଟକୁ ଇମେଲ୍ ଜରିଆରେ ଧମକ ଆସିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଲୋକ ନିଯୁକ୍ତ କରିସାରିଥିବା କଥା ମଧ୍ୟ ଉକ୍ତ ଇ-ମେଲ୍ରେ ଉଲ୍ଲେଖ କରାଯାଇଛି। ସମ୍ପ୍ରତି ବିଷ୍ଣୋଇଙ୍କୁ ଦିଲ୍ଲୀସ୍ଥିତ ମାନ୍ଦୋଲି ଜେଲ୍ରେ ରଖାଯାଇଛି। ପୁଲିସ କହିଛି, ୟୁରୋପରୁ ପଠାଯାଇଥିବା ଭଳି ମନେ ହେଉଥିବା ଉକ୍ତ ଇମେଲ୍ ପ୍ରଥମେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସିଦ (ଏନ୍ଆଇଏ) ନିକଟକୁ ଆସଥିଲା। ସେମାନେ ଏ ସଂକ୍ରାନ୍ତରେ ମୁମ୍ବାଇ ପୁଲିସକୁ ସତର୍କ କରାଇଛନ୍ତି।
Powered by Froala Editor