ଜାଭେଲିନ ଥ୍ରୋରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ଓ ରୌପ୍ୟ : ଚମକିଲେ ଓଡ଼ିଆ ପୁଅ କିଶୋର
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ୧୧ତମ ଦିନ ଭାରତ ପାଇଁ ଐତିହାସିକ ଦିନ। ପୁରୁଷ ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରା କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ସ୍ବର୍ଣ୍ଣ ଜିତିଥିବା ବେଳେ ଓଡ଼ିଆ ପୁଅ କିଶୋର କୁମାର ଜେନା ଆଣିଛନ୍ତି ରୌପ୍ୟ ପଦକ। ନୀରଜ ୮୮.୮୮ ମିଟର ଦୂର ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି କିଶୋର ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ଅପରପକ୍ଷେ, ଜାପାନର ରୋଡରିକ୍ ଗେନ୍କି ଡିନ୍ ୮୨.୬୮ ମିଟର ଜାଭେଲିନ ଫିଙ୍ଗି ବ୍ରୋଞ୍ଜ୍ ପଦକ ଜିତିଛନ୍ତି।
ନୀରଜ ଚୋପ୍ରାଙ୍କୁ କିଶୋର କଡ଼ା ଟକ୍କର ଦେଇଥିଲେ। ସେ ନରୀଜଙ୍କୁ ପଛରେ ପକାଇ ୧ନଂ ସ୍ଥାନକୁ ଚାଲି ଯାଇଥିଲେ। କିନ୍ତୁ ୪ର୍ଥ ପ୍ରୟାସରେ ନୀରଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପୁଣିଥରେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଏକ ପ୍ରକାରର ନିଶ୍ଚିତ କରିଥିଲେ। ଭାରତକୁ ପୁରୁଷ ଜାଭେଲିନରେ ଥ୍ରୋରେ ଉଭୟ ସୁନା ଓ ରୁପା ପଦକ ମିଳିଛି।
Powered by Froala Editor