ଅଫିସରେ କରନ୍ତୁ ନାହିଁ ଏହି ଭୁଲ୍, ଜବ୍ ଉପରେ ପଡ଼ିବାରେ ପ୍ରଭାବ
ଚାକିରିଆ ଲୋକଙ୍କୁ ଅଧିକାଂଶ ସମୟ ଅଫିସରେ ବିତେଇବାକୁ ପଡ଼ିଥାଏ। ଏଥିରେ ବ୍ୟକ୍ତିଙ୍କୁ ନିଜର ସମ୍ମାନ ଓ ବ୍ୟକ୍ତିତ୍ୱ ଅଫିସରେ ବଜାୟ ରଖିବା ପାଇଁ ୱାର୍କପ୍ଲେସ୍ ମ୍ୟାନର୍ସର କିଛି ନିୟମକୁ ଦୃଢ ଭାବେ ପାଳନ କରିବା ଆବଶ୍ୟକ ହୋଇଥାଏ। ଯାହାର ଅଣଦେଖା କରିବାରେ ଅନେକ ଥର ବ୍ୟକ୍ତିଙ୍କୁ ଖୁବ୍ କ୍ଷତିର ସାମନା କରିବାକୁ ପଡ଼ିପାରେ। ୱାର୍କପ୍ଲେସ୍ରେ ବ୍ୟକ୍ତିଙ୍କର କ୍ଷମତା ଓ ସ୍କିଲ୍ସ ସହ ତାଙ୍କର ବ୍ୟବହାର କେମିତି ହୁଏ , ଏ କଥା ବି ଖୁବ୍ ଯଥାର୍ଥ ରଖିଥାଏ। ଏହି ଅନୁସାରେ , ସେ ନିଜର ବ୍ୟକ୍ତିତ୍ୱକୁ ବଜାୟ ରଖିଥାଏ। ଯଦି ଆପଣ ମଧ୍ୟ ନିଜର ପ୍ରଫେସନାଲ ଲାଇଫ୍ରେ ସର୍ବଦା ବୃଦ୍ଧି କରିବାକୁ ଚାହିଁଥାନ୍ତି ତ ପ୍ରଥମେ ଜାଣି ରଖନ୍ତୁ ତାହା କେଉଁ କାମ, ଯାହା ଆପଣ ଅଫିସରେ କରିବାରୁ ନିବୃତ୍ତ ରହିବେ।
ଅଫିସରେ କେବେ କରନ୍ତୁ ନାହିଁ ଏହି ଭୁଲ୍ –
ଯଦି ଆପଣ ଏବେ ବି ନିଜର ଜବ୍ ବଦଳାଉଛନ୍ତି ତ କେବେ ବି ନିଜର ପୁରୁଣା କମ୍ପାନୀ ବା ମ୍ୟାନେଜରଙ୍କ ମନ୍ଦ ବା ଖରାପ କଥା ନୂଆ ଲୋକଙ୍କୁ କୁହନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଆପଣଙ୍କର ପୁରୁଣା ମ୍ୟାନେଜର ବା କମ୍ପାନୀର ନୁହେଁ , ବରଂ ଆପଣଙ୍କ ନିଜର ଇମ୍ପ୍ରେସନ ଅନ୍ୟ ସାମନାରେ ଖରାପ ହୋଇଯିବ। ଯାହାକି ଆଗକୁ ଆପଣଙ୍କୁ ଅସୁବିଧାରେ ପକାଇ ପାରେ।
ଅନେକ ଥର ନୂଆ କମ୍ପାନୀରେ ନୂଆ ଲୋକଙ୍କ ମଧ୍ୟରେ ସାମିଲ ହେବା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ । ସମୟ ସହ ପ୍ରତି ବ୍ୟକ୍ତି ନୂଆ ଲୋକଙ୍କ ସହ ସହଜରେ ମିଶି ମଧ୍ୟ ଯାନ୍ତି। କିନ୍ତୁ ଆପଣ ଯଦି ଆରମ୍ଭରୁ ହିଁ ନୂଆ ଲୋକଙ୍କ ମଧ୍ୟରେ ନିଜର ତାଳମେଳ ରଖିପାରୁ ନାହାନ୍ତି , ତ କାହା ପାଖରେ କୌଣସି ବ୍ୟକ୍ତିଙ୍କର ସମାଲୋଚନା କରନ୍ତୁ ନାହିଁ। ଏମିତି କଲେ ଲୋକଙ୍କ ମଧ୍ୟରେ ଆପଣଙ୍କର ଛବି ଖରାପ ହୋଇଯିବ।
କେବେ ବି ଅଫିସର ସହକର୍ମୀଙ୍କୁ ନିଜର ପର୍ସନାଲ ଲାଇଫ୍ ବିଷୟରେ କୁହନ୍ତୁ ନାହିଁ।
ସର୍ବଦା ନିଜ ଅଫିସ ମିଟିଂରେ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚନ୍ତୁ । ମିଟିଂରେ ଠିକ୍ ସମୟରେ ନପହଞ୍ଚିଲେ ଆପଣ ଅବହେଳା କରୁଥିବାର କୁହାଯିବ ।
ଅଫିସରେ ସର୍ବଦା ଅନ୍ୟ ଲୋକଙ୍କର ନାଁରେ ଅଭିଯୋଗ କରିବାରୁ ନିବୃତ୍ତ ରୁହନ୍ତୁ । ଏମିତି ଲୋକଙ୍କୁ କେହି ବି ବ୍ୟକ୍ତି ପସନ୍ଦ କରନ୍ତି ନାହିଁ ।
ନିଜ କାମ ଠିକ୍ ସମୟରେ ସାରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ଅଫିସରେ କୌଣସି ଡେଡ୍ଲାଇନ୍ ଦିଆଯାଇଛି ତ ଚେଷ୍ଟା କରନ୍ତୁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଏହାକୁ ଶେଷ କରନ୍ତୁ ।
Powered by Froala Editor