ସନ୍ଦେହରେ ଏଏସଆଇଙ୍କ ମୃତ୍ୟୁ
ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଡ୍ୟୁଟି ବେଳ ହଠାତ୍ ଅସୁସ୍ଥ ଅନୁଭବ କରି ଆଖି ବୁଜିଛନ୍ତି ଏଏସ୍ଆଇ।
ରାଉରକେଲା ମହାନଗର ନିଗମ ନିକଟ ରିଙ୍ଗ ରୋଡଠାରେ ଗୋଟିଏ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ସଂପୃକ୍ତ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଏଏସ୍ଆଇ। ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ଏମିତି ଘଟିଲା? ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହୋଇଛନି । ଆଇଜିଏଚରେ ମୃତଦେହକୁ ରଖାଯାଇଛି ।
ଏ.ଏନ.ଲୁଗୁନ ମହିଳା ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ସୁସ୍ମିତା ମିଞ୍ଜଙ୍କ କିଛି ଦିନ ତଳେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଉପରୁ ପରଦା ହଟିନଥିବାବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ଏଏସଆଇଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପୁଲିସ ଘଟଣାର ଛାନଭିନ କରୁଛି ।
Powered by Froala Editor