ଶିବାଜୀଙ୍କ ୩୫୦ତମ ରାଜ୍ୟାଭିଶେଷକ ଉତ୍ସବରେ ବ୍ରିଟେନରୁ ଫେରିବ 'ବାଘ ନଖ'

ନଭେମ୍ବରରେ ଶିବାଜୀଙ୍କ ୩୫୦ତମ ରାଜ୍ୟାଭିଶେଷକ ଉତ୍ସବ ପାଳନ ଅବସରରେ 'ବାଘ ନଖ' ବ୍ରିଟେନରୁ ଫେରିବ। ବିଜାପୁର ସୁଲତାନ ଆଫଜଲ ଖାଁଙ୍କୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ନେଇଥିବା ଏହି ବାଘ ନଖକୁ ଲଣ୍ଡନରୁ ଭାରତ ଅଣାଯିବ । ପୂର୍ବରୁ ଏନେଇ ବ୍ରିଟେନ ସରକାରଙ୍କ ସହ କଥାବାର୍ତ୍ତା ସରିଥିଲା।
ଆସନ୍ତା ମଙ୍ଗଳବାର ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ଲଣ୍ଡନ ଗସ୍ତ କରିବେ। ସେଠାରେ ପହଞ୍ଚିବା ପରେ ଅସ୍ତ୍ରଶସ୍ତ୍ର ଫେରସ୍ତ ପାଇଁ ସଂଗ୍ରହାଳୟ ସହ ଏକ ଚୁକ୍ତି ସ୍ୱାକ୍ଷର କରିବେ। ମୁଙ୍ଗନ୍ତୀୱାର କହିଛନ୍ତି ଯେ, ବ୍ରିଟେନରୁ ଆମେ ପ୍ରଥମ ପର୍ଯ୍ୟାୟରେ ବାଘ ନଖ ଫେରାଇ ଆଣିବୁ। ସେଥିପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି।
୧୬୫୯ ମସିହାରେ ପ୍ରତାପଗଡ ଯୁଦ୍ଧରେ ମରାଠା ବିଜୟ ଛତ୍ରପତି ଶିବାଜୀଙ୍କ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା ଅଭିଯାନରେ ଏକ ପରିବର୍ତ୍ତନ ଆଣିଥିଲା। ସେ ୧୬୫୯ ମସିହାରେ ବିଜେପୁର ସୁଲତାନର ଜେନେରାଲ ଅଫଜଲ ଖାନକୁ ପରାସ୍ତ କରି ଏହି ବିଜୟ ହାସଲ କରିଥିଲେ। ବାଘ ନଖରେ ହିଁ ମହାରାଜା ଶିବାଜୀ ଅଫଜଲ ଖାନକୁ ମାରିଥିଲେ।
ବର୍ତ୍ତମାନ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମରେ ଏହି ଅସ୍ତ୍ର ରହିଛି । ନଭେମ୍ବରରେ ଏହା ମହାରାଷ୍ଟ୍ରକୁ ଫେରିବ। ବାଘ ନଖକୁ ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟରେ ରଖାଯିବ ବୋଲି କୁହାଯାଉଛି।
Powered by Froala Editor