ଖୁଆଡ ବନ୍ଦ କରିବାକୁ ଭୁଲିଗଲେ କର୍ମଚାରୀ, ମାରିଦେଲା ସିଂହ

ଜାପାନର ଏକ ଚିଡିଆଖାନାରେ ଦୁଃଖଦ ଘଟଣା ଘଟିଛି । ସିଂହ ଆକ୍ରମଣରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଜାପାନର ଫୁକୁଶିମାସ୍ଥିତ ‘ତୋହୋକୁ ସଫାରି ପାର୍କ’ରେ ଜଣେ ୫୩ ବର୍ଷିୟ କର୍ମଚାରୀ କେନିଚି କାତୋ ଖାଇବା ପ୍ରଲୋଭନ ଦେଖାଇ ସିଂହଟିକୁ ଖୁଆଡ଼ ଭିତରକୁ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ସିଂହ ଆକ୍ରମଣ କରିଥିଲା। ବେକରୁ ରକ୍ତ ବୋହୁଥିବା କେନିଚିଙ୍କୁ ସିଂହ ଖୁଆଡ଼ରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା।
୨୭ ବର୍ଷ ହେବ ଚିଡ଼ିଆଖାନାରେ କାର୍ଯ୍ୟ କରୁଥିବା କେନିଚି କାତୋଙ୍କର ସିଂହ, ବାଘ ଓ ଭାଲୁ ଭଳି ହିଂସ୍ର ଜନ୍ତୁଙ୍କ ବିଷୟରେ ଭଲ ଅଭିଜ୍ଞତା ଥିଲା। କିନ୍ତୁ ଘଟଣାଦିନ
କେନିଚି ସିଂହ ରହୁଥିବା ମୁଖ୍ୟ ଖୁଆଡ଼କୁ କବାଟ ଦ୍ବାରା ପୃଥକ କରୁଥିବା ଅନ୍ୟ ଏକ ଖୁଆଡ଼ରେ ପଶିଥିଲେ। ସେ କବାଟକୁ ବନ୍ଦ କରିବା କଥା ତାଙ୍କର ମନେ ନ ଥିଲା।
ଚଡ଼ିଆଖାନାର ଉପାଧ୍ୟକ୍ଷ ନୋରିଚିକା କୁମାକୁବୋ କହିଛନ୍ତି, ଜନ୍ତୁଙ୍କୁ ଖାଦ୍ୟ ଦେବା ବେଳେ ଆମେ ଦ୍ବାର ଖୋଲି ଖାଦ୍ୟ ରଖିଦେଉ। ଖାଦ୍ୟ ରଖିସାରିବା ପରେ ଦ୍ବାର ବନ୍ଦ କରି ତାଲା ପକାଇ ଦେଉ। କିନ୍ତୁ, ସେତେବେଳେ ଦ୍ବାର ଖୋଲା ଥିଲା।
Powered by Froala Editor