ଏଣିକି ଭୂମିକମ୍ପ ଆସିଲେ ସତର୍କ କରିବ ସ୍ମାର୍ଟଫୋନ୍

ଭୂମିକମ୍ପ ଏପରି ଦୁର୍ବିପାକର ପୂର୍ବାନୁମାନ କରିବା ମଣିଷ ପାଇଁ କଷ୍ଟକର ହୋଇ ରହିଛି । ଯଦି ଭୂମିକମ୍ପର ଆଗୁଆ ପୂର୍ବାନୁମାନ କରାଯାଇପାରନ୍ତା, ତେବେ ଅନେକ ଜୀବନ ରକ୍ଷା ପାଇପାରନ୍ତା । ତେବେ ଗୁଗୁଲ ଏହାର ଏକ ସମାଧାନ ଆଣି ଦେଇଛି ।
ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ଭୂକମ୍ପ ଚିହ୍ନଟ କରିବା ପାଇଁ ଭାରତରେ ‘ଆଣ୍ଡ୍ରଏଡ୍ ଆର୍ଥିକ୍କୁ ଆଲର୍ଟ ସିଷ୍ଟମ୍’ର ଶୁଭାରମ୍ଭ କରିବାକୁ ଯାଉଛି। ଏହି ସିଷ୍ଟମ ଭୂକମ୍ପର କମ୍ପନକୁ ଚିହ୍ନଟ କରିବ ଏବଂ ଏହା ଘଟିବା ପୂର୍ବରୁ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଏକ ଚେତାବନୀ ଆଲର୍ଟ ପଠାଇବ। ଏହାସହିତ ଏହା ଭୂକମ୍ପ ଏବଂ ଏହାର କେନ୍ଦ୍ରର ତୀବ୍ରତା ବିଷୟରେ ମଧ୍ୟ ସୂଚନା ଦେବ।
ଗୁଗୁଲ୍ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ) ଏବଂ ଜାତୀୟ ଭୂକମ୍ପ କେନ୍ଦ୍ର (ଏନ୍ଏସ୍ସି) ସହମତିରେ ଏହି ଆଲର୍ଟ ସିଷ୍ଟମ ଆରମ୍ଭ କରିଛି। ଏହି ସିଷ୍ଟମ୍ କିଛି ସପ୍ତାହ ମଧ୍ୟରେ କାମ ଆରମ୍ଭ କରିବ। ବୁଧବାର ଏକ ବ୍ଲଗ୍ ମାଧ୍ୟମରେ କମ୍ପାନୀ ଏହାର ଶୁଭାରମ୍ଭ ନେଇ ସୂଚନା ଦେଇଛି। ଗୁଗୁଲର ଏହି ସିଷ୍ଟମ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଛୋଟ ଆକ୍ସିଲେରୋମିଟର ସାହାଯ୍ୟରେ କାମ କରେ ଯାହା କମ୍ପନ ଉପରେ ଏକ ମିନି ସେସମୋମିଟର ପରି କାମ କରିଥାଏ।
ଗୁଗୁଲ କହିଛି ଯେ ଏହି ସିଷ୍ଟମ ଆପଣଙ୍କ ସ୍ମାର୍ଟଫୋନକୁ ମିନି ଭୂମିକମ୍ପ ଡିଟେକ୍ଟରରେ ପରିଣତ କରିଥାଏ । ଭୂକମ୍ପ ସତର୍କତା ପ୍ରଣାଳୀ ଫୋନରେ ଥିବା ଆକ୍ସିଲେରୋମିଟରକୁ ସିସ୍ମୋଗ୍ରାଫ୍ ଭାବରେ ବ୍ୟବହାର କରିଥାଏ । ଯେତେବେଳେ ଆପଣଙ୍କ ଫୋନ୍ ଚାର୍ଜିଂ ହେଉନାହିଁ ଏବଂ ଗତିଶୀଳ ହେଉନାହିଁ, ଏହା ଭୂମିକମ୍ପର ପ୍ରାରମ୍ଭିକ ସଙ୍କେତକୁ ଚିହ୍ନିପାରେ । ଯଦି ଏକାଧିକ ଫୋନ୍ ଏକାସାଙ୍ଗରେ ଭୂମିକମ୍ପକୁ ଚିହ୍ନିବ, ତେବେ ଗୁଗଲର ସର୍ଭର ତାହାକୁ ଜାଣିପାରିବ ଓ ଲୋକମାନଙ୍କୁ ସତର୍କ କରିବ।
Powered by Froala Editor