ଷ୍ଟାଡିୟମ ଖାଲି କରି କୁକୁର ବୁଲାଉଥିଲେ : ଆଇଏଏସ୍ଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଗତ ବର୍ଷ ରାଜଧାନୀ ଦିଲ୍ଲୀରେ ଘଟିଥିବା ଘଟଣାକୁ ନେଇ ବଡ଼ ବିବାଦ ହୋଇଥିଲା। ଜଣେ ଆଇଏଏସ୍ ଦମ୍ପତି କିପରି ସେମାନଙ୍କ ପୋଷା କୁକୁରକୁ ବୁଲାଇବା ପାଇଁ ଷ୍ଟାଡିୟମ୍ ଖାଲି କରୁଥିଲେ। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଜଣେ ଆଇଏଏସଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି କେନ୍ଦ୍ର ସରକାର। ଆଇଏଏସ୍ ଅଧିକାରୀଙ୍କ ନାମ ହେଉଛି ରିଙ୍କୁ ଦୁଗ୍ଗା। ଅଧିକାରୀଙ୍କ କ୍ୟାରିୟର ରେକର୍ଡକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।
1994-ବ୍ୟାଚ୍ AGMUT(ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ, ୟୁନିଅନ୍ ଟେରିଟୋରି) କ୍ୟାଡର ଅଧିକାରୀ ଦୁଗା(54) ଅରୁଣାଚଳ ପ୍ରଦେଶରେ ସ୍ୱଦେଶୀ ବ୍ୟାପାର ମୁଖ୍ୟ ସଚିବ ଭାବରେ ନିଯୁକ୍ତି ହୋଇଥିଲେ। ଦୁଗାଙ୍କ ସ୍ୱାମୀ ସଞ୍ଜୀବ ଖୀରୱାର ମଧ୍ୟ 1994-ବ୍ୟାଚର ଆଇଏଏସ୍ ଅଫିସର। ଗତ ବର୍ଷ ଉଭୟଙ୍କୁ ଦିଲ୍ଲୀରୁ ବଦଳି ହୋଇଥିଲା। ହେଲେ ଏବେ ଦୁଗାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ତାଙ୍କ ସ୍ୱାମୀ ସଞ୍ଜୀବ ଖୀରବାର ମଧ୍ୟ ୧୯୯୪ବ୍ୟାଚ୍ ଆଇଏଏସ୍ ଅଧିକାରୀ। ତାଙ୍କର ପୋଷ୍ଟିଂ ଏବେ ଲଦାଖରେ ହୋଇଛି। ତେବେ ଦୁହିଁଙ୍କ ବିରୋଧରେ ଖେଳାଳି ଓ କୋଚ୍ମାନେ ଅଭିଯୋଗ କରିଥିଲେ ଯେ, ସେମାନେ ପୂର୍ବରୁ ଦିଲ୍ଲୀସ୍ଥିତ ସରକାରୀ ଚାଳିତ ତ୍ୟାଗରାଜ ଷ୍ଟାଡିୟମରେ ରାତି ୮.୩୦ ପର୍ଯ୍ୟନ୍ତ ଅଭ୍ୟାସ୍ କରୁଥିବା ବେଳେ ଏବେ ସେମାନଙ୍କୁ ୭ଟା ସୁଦ୍ଧା ପଡ଼ିଆ ଛାଡ଼ିବାକୁ କୁହାଯାଉଛି। ସେମାନେ ପଡ଼ିଆ ଛାଡ଼ିଲେ ଆଇଏଏସ୍ ଅଧିକାରୀ ତାଙ୍କ କୁକୁର ସହ ପଡ଼ିଆରେ ଚାଲିବେ। ଘଟଣାଟି ୨୦୨୨ରେ ଘଟିଥିବା ବେଳେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର।
Powered by Froala Editor