କେଜ୍ରିଓ୍ଵାଲଙ୍କ ଘର ନବୀକରଣରେ ଅନିୟମିତତା ଅଭିଯୋଗ, ତଦନ୍ତ କଲା ସିବିଆଇ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ। ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ତଦନ୍ତ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାରଙ୍କ ଜଣେ ଅଜ୍ଞାତ ସରକାରୀ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ ଦାୟର କରାଯାଇଛି। ଯଦି ତଦନ୍ତରୁ ପର୍ଯ୍ୟାପ୍ତ ତଥ୍ୟ ସାମ୍ନାକୁ ଆସେ ତେବେ ଜାତୀୟ ତଦନ୍ତକାରୀ ଏଜେନ୍ସି ସିବିଆଇ ଏ ସଂପର୍କରେ ଏକ (ଆରସି) ବା ‘ନିୟମିତ ମାମଲା’ ରୁଜୁ କରିବ।
ଅକ୍ଟୋବର ୩ ସୁଦ୍ଧା ତଥାକଥିତ ଅନିୟମିତତା ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ସିବିଆଇ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛି।
କେଜ୍ରିୱାଲ ତାଙ୍କ ବାସଭବନ ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଥିଲା। ଏହାପରେ ମେ’ ମାସରେ ଉପ ରାଜ୍ୟପାଳ ଭିକେ ସକ୍ସେନା ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପାଇଁ କହିଥିଲେ। ଏହି ଘଟଣାରେ ୫ ପୃଷ୍ଠାର ଚିଠି ସିବିଆଇ ନିର୍ଦ୍ଦେଶକଙ୍କୁ ଲେଖିଥିଲେ। ଏହି ଚିଠି ଆଧାରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି। ସେହିପରି ଘଟଣାର ସ୍ୱତନ୍ତ୍ର ଅଡିଟ ପାଇଁ ମଧ୍ୟ ସିଏଜିଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି।
Powered by Froala Editor