ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲା ମହିଳା କ୍ରିକେଟ ଟିମ୍

ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏସିଆନ ଗେମ୍ସ କ୍ରିକେଟରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ। ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମଥର ପାଇଁ ଏସିଆ ଗେମ୍ସରେ ଭାଗ ନେଇଥିବା ବେଳେ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ କରିଛି।
ଏସୀୟ କ୍ରୀଡ଼ାରେ ଏହା ହେଉଛି ଦେଶକୁ ମିଳିଥିବା ୧୧ତମ ପଦକ ତଥା କ୍ରିକେଟରୁ ପ୍ରଥମ ସ୍ବର୍ଣ୍ଣ। ହରମାନପ୍ରୀତ କୌରଙ୍କ ନେତୃତ୍ବରେ ଖେଳିଥିବା ଟିମ୍ ଇଣ୍ଡିଆର ଖେଳାଳିମାନେ ଫାଇନାଲରେ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଭାରତ ପକ୍ଷରୁ ଦିଆଯାଇଥିବା ୧୧୭ ରନ୍ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଟିମ୍ ୮ ଓ୍କିକେଟ୍ରେ ୯୭ ରନ୍ କରି ପାରିଥିଲେ। ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏଥର ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ବେଳେ ସ୍ବର୍ଣ୍ଣ ପଦକ ଜିତିବା ଦେଶ ପାଇଁ ଏକ ଗୌରବର କଥା।
ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ଫାଇନାଲରେ ହାରିଥିଲା। ସେହିପରି ଚଳିତ ବର୍ଷ ଟି-୨୦ ବିଶ୍ୱକପ ସେମିଫାଇନାଲରେ ହାରି ଦଳ ବିଦାୟ ନେଇଥିଲା। କିନ୍ତୁ ଏସିଆ ଗେମ୍ସରେ ଦଳ ବିଜୟ ବାନା ଉଡ଼ାଇଛି।
Powered by Froala Editor