୯୯ ରନ୍ରେ ଭାରତଠୁ ହାରିଲା ଅଷ୍ଟ୍ରେଲିଆ

ଇନ୍ଦୋରରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତର ଦମ୍ଦାର ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଛି ଭାରତ। ଭାରତ ୫୦ ଓଭରରେ କରିଥିଲା ୩୯୯/୫। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡିଏଲଏସ ମେଥଡ ଲାଗୁ ହୋଇଥିଲା। ଅଷ୍ଟ୍ରେଲିଆ ଆଗରେ ଟାର୍ଗେଟ ଥିଲା ୩୩ ଓଭରରେ ୩୧୭ ରନ। ଅଷ୍ଟ୍ରେଲିଆ ୨୮.୨ ଓଭରରେ ୨୧୭ ରନ କରି ଅଲଆଉଟ ହୋଇଛି।
ବ୍ୟାଟିଂ କରିବାକୁ ଆସିଥିଲେ ଓପ୍ନର ଏମ.ଶୋର୍ଟ ଓ ଡେଭିଡ୍ ୱାର୍ଣ୍ଣର୍। ହେଲେ ଅଷ୍ଟ୍ରେଲିଆର ଦୁଇ ଓପ୍ନର ବେଶୀ ସମୟ କ୍ରିଜ୍ରେ ରହିପାରିନଥିଲେ। ୯ ରନ୍ରେ ଦୁଇଟି ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ। ଏମ. ଶୋର୍ଟ ୯ ରନ୍ କରିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ତାଙ୍କ ପଛେ ପଛେ ଖାତା ଖୋଲି ନପାରି ପାଭିଲନ୍ ଫେରିଥିଲେ କ୍ୟାପ୍ଟେନ୍ ଷ୍ଟିଭ୍ ସ୍ମିଥ୍।
ଅଶ୍ବିନୀ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ଦଖଲ କରିଛନ୍ତି। ପ୍ରସିଦ୍ଧ କୃଷ୍ଣାଙ୍କୁ ୨ ଓ ସାମିଙ୍କୁ ଗୋଟିଏ ୱିକେଟ ମିଳିଛି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି। ଶ୍ରେୟସ୍ ଆୟାର୍ ମ୍ୟାନ୍ ଅଫ୍ ଦି’ ମ୍ୟାଚ୍ ହୋଇଛନ୍ତି।
Powered by Froala Editor